|
logo
Live

Argus News - ଦୁଇ ପୃଥକ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ

Odisha

ଦୁଇ ପୃଥକ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ

Smruti Parija
Browse all articles by Smruti Parija
·2 years ago·2 min read
ଦୁଇ ପୃଥକ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ

ଅର୍ଗସ ବ୍ୟୁରୋ: ଦୁର୍ଘଟଣା ନେଲା 7 ଜୀବନ । ବାଇକ ଦୁର୍ଘଟଣାରେ 7 ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଏବଂ ବାଲେଶ୍ୱରରେ ଦୁଇ ପୃଥକ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଛି । 

ଗଞ୍ଜାମ ଜିଲ୍ଲା ସୋରଡା ଥାନା ବରାଡି ନିକଟ ଡ୍ରାଫ ଠାରେ ଦୁଇ ବାଇକ୍ ମୁହଁମୁହିଁ ଧକ୍କା ହୋଇଛି । ଯେଉଁଥିରେ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ଥିବା ସୂଚନା ରହିଛି । ଏକ ବାଇକ୍ ରେ 3 ଜଣ ବସି ଅଶୁରବନ୍ଧ ଠାରୁ ସୋରଡା ଅଭିମୁଖେ ଆସୁଥିଲେ ।

ଏତିକି ବେଳେ ବିପରୀତ ଦିଗରୁ ବିଦ୍ୟୁତ୍ ବିଭାଗର 3 ଜଣ କର୍ମଚାରୀ ଗୋଟିଏ ସ୍କୁଟିରେ ଆସୁଥିବା ବେଳେ ବରାଡି ନିକଟ ଡ୍ରାଫ ଠାରେ ମୁହାମୁହିଁ ଧକ୍କା ହୋଇଥିଲା । ବହୁତ୍ ଜୋର୍ ଶବ୍ଦ ଶୁଣି ସ୍ଥାନୀୟ ଲୋକ ମାନେ ବାହାରକୁ ଆସି ସୋରଡା ପୋଲିସ ଓ ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ । ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସୋରଡା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଏହି ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ବାଲେଶ୍ୱର ଭୋଗରାଇରେ ମଧ୍ୟ ବାଇକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ଦିନରୁ ରାସ୍ତାକଡ଼ରେ ଛିଡା ହେଇଥିବା ଏକ ଡମ୍ପର ଦୁଇ ଜଣଙ୍କ ଜୀବନ ନେଇଛି । ବିଳମ୍ବିତ ରାତିରେ କମର୍ଦା ବିଜୁଳି ବିଭାଗ ର କାର୍ଯ୍ୟାଳୟରେରେ କାର୍ଯ୍ୟ ସାରି  ବସ୍ତା ବ୍ଲକ ର ତିନି ସାଙ୍ଗ ଘରକୁ ଫେରୁଥିବା ସମୟ ରେ ଉଲୁଡ଼ା ଛକ ନିକଟରେ  ରାସ୍ତା କଡ଼ରେ ଛିଡା ହେଇଥିବା ଏକ  ପୁରୁଣା ଡମ୍ପର ଶହ ବାଇକର ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବସ୍ତା ବ୍ଲକ ବାହାର୍ଦାର ଆକାଶ କୁମାର ଭକ୍ତା ଏବଂ ଦରଡା ଅଂଚଳର ଆଉ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
ଦୁଇ ପୃଥକ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ | Argus English