|
logo
Live

Argus News - କେବଳ ପ୍ରଚାର ପ୍ରସାରରେ ସୀମିତ ଗୁଣାତ୍ମକ ଶିକ୍ଷା

Odisha

କେବଳ ପ୍ରଚାର ପ୍ରସାରରେ ସୀମିତ ଗୁଣାତ୍ମକ ଶିକ୍ଷା

Smruti Parija
Browse all articles by Smruti Parija
·2 years ago·1 min read
କେବଳ ପ୍ରଚାର ପ୍ରସାରରେ ସୀମିତ ଗୁଣାତ୍ମକ ଶିକ୍ଷା

ସମ୍ବଲପୁର: ରାଜ୍ୟରେ ରୁପାନ୍ତରିକରଣ ଶିକ୍ଷାର ବିକଳ ଚିତ୍ର । କେବଳ ପ୍ରଚାର ପ୍ରସାରରେ ସୀମିତ ରହିଛି ଗୁଣାତ୍ମକ ଶିକ୍ଷା । ରାଜ୍ୟର 64.1% ଛାତ୍ରଛାତ୍ରୀ ହରଣ ଜାଣିନାହାନ୍ତି । କେବଳ ସମ୍ବଲପୁର ଜିଲ୍ଲାରେ ୧୪ ରୁ ୧୮ ବର୍ଷ ବୟସର ଯୁବକ ଯୁବତୀଙ୍କ ମଧ୍ୟରୁ ୭୭.୫ % ଦ୍ବିତୀୟ ଶ୍ରେଣୀ ପାଠ ପଢିପାରୁଛନ୍ତି । ୩୫.୯ % ଗଣିତ ପରୀକ୍ଷାରେ ହରଣ କରିପାରୁ ନଥିବା ବେଳେ ୫୩.୭% ଇଂରାଜୀ ପରୀକ୍ଷାରେ ଅତି କମ ବାକ୍ୟ ପଢିପାରୁଛନ୍ତି । 

ଏକ ସର୍ଭେ ରିପୋର୍ଟ ଅନୁସାରେ ସମ୍ବଲପୁର ଜିଲ୍ଲାରେ ୧୪ରୁ ୧୮ ବର୍ଷ ବୟସର ୭୮.୧% ଯୁବକ ଯୁବତୀ ଯେ କୌଣସି ଶିକ୍ଷାନୁଷ୍ଠାନରେ ପଞ୍ଜିକୃତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୭୯.୨ 1% ଯୁବକ ଯୁବତୀ ସରକାରୀ ସଂସ୍ଥାରେ ନାମ ଲେଖାଇଛନ୍ତି । ୨୧.୯ %  ନାମ ଲେଖାଇ ନାହାନ୍ତି । ଏମାନଙ୍କ ମଧ୍ୟରୁ ୧୪ରୁ ୧୬ ବର୍ଷ ବୟସ ତୁଳନାରେ ୧୭.୧୮ ବର୍ଷ ବୟସର ଯୁବକ ଯୁବତୀଙ୍କ ଅନୁପାତ ଅଧିକ ରହିଛି । ୧୭.୧୮ ବର୍ଷ ବୟସର ୩୭.୫ % ପୁରୁଷ ଓ ୪୪.୯ % ମହିଳା କେଉଁଠି ମଧ୍ୟ ପଞ୍ଜିକୃତ ହୋଇ ନାହାନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କେବଳ ପ୍ରଚାର ପ୍ରସାରରେ ସୀମିତ ଗୁଣାତ୍ମକ ଶିକ୍ଷା | Argus English