Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଖସୁଛି ପାରଦ ବଢୁଛି ଶୀତ

Odisha

ଖସୁଛି ପାରଦ ବଢୁଛି ଶୀତ

Smruti Parija
Browse all articles by Smruti Parija
·2 years ago·1 min read
ଖସୁଛି ପାରଦ ବଢୁଛି ଶୀତ

ମୟୂରଭଞ୍ଜ:  ଖସୁଛି ପାରଦ ବଢୁଛି ଶୀତ । ଶୀତରେ ଥରୁଛି ସାରା ମୟୂରଭଞ୍ଜ ଜିଲ୍ଲା । ଶୀତ ଯୋଗୁଁ ସମଗ୍ର ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଶିମିଳିପାଳରେ ତାପମାତ୍ରା 6 ଡିଗ୍ରୀ ରହିଥିବାବେଳେ ଉପର-ବରାକାମୁଡ଼ାର ତାପମାତ୍ରା ସର୍ବନିମ୍ନ 3 ଡିଗ୍ରୀ ରହିଛି ।

ସକାଳୁ ସକାଳୁ ଘନ କୁହୁଡ଼ି ଲାଗି ରହୁଛି ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି । ଗତକାଲି ଠାରୁ ପ୍ରବଳ ଶୀତ ଲାଗି ରହିଛି । ପ୍ରବଳ ଶୀତ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଥିବା ଦେଖିବାକୁ ମିଳିଛି । ଲୋକେ ସ୍ଥାନେ ସ୍ଥାନେ ନିଆଁ ଲଗାଇ ଶୀତ ପ୍ରକୋପରୁ ଉପଶମ ଲାଭ କରୁଥିବା ବେଳେ ଯୁବ ବର୍ଗ ବ୍ୟାୟାମ, ପ୍ରାତଃ ଭ୍ରମଣ କରୁଥିବା ଦେଖିବାକୁ ମିଳୁଛି । ଶିମିଳିପାଳ ଅଭୟାରଣ୍ୟ ଆଭ୍ୟନ୍ତରୀଣ ଇଲାକାରେ ଶୀତର ପ୍ରକୋପ ଆହୁରି ଅଧିକରୁ ଅଧିକ ରହୁଥିବାର ଜଣାପଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
6-degree-temperature-record-in-similipal | Argus English