Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନବୀନ ନିବାସରେ ବିଜେଡିରେ ମିଶିଲେ ଭିକେ ପାଣ୍ଡିଆନ୍

Odisha

ନବୀନ ନିବାସରେ ବିଜେଡିରେ ମିଶିଲେ ଭିକେ ପାଣ୍ଡିଆନ୍

Banajyotshna Ray
Browse all articles by Banajyotshna Ray
·2 years ago
ନବୀନ ନିବାସରେ ବିଜେଡିରେ ମିଶିଲେ ଭିକେ ପାଣ୍ଡିଆନ୍

ଅର୍ଗସ ବ୍ୟୁରୋ:  ନବୀନ ନିବାସରେ ବିଜେଡିରେ ମିଶିଲେ ଭିକେ ପାଣ୍ଡିଆନ୍ । ଫାଇଭ୍-T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ବିଜେଡିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀ ଓ ଏକାଧିକ ମନ୍ତ୍ରୀ, ନେତାଙ୍କ ଉପସ୍ଥିତିରେ ବିଜେଡିରେ ମିଶିଲେ । ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଅଛନ୍ତି ପାଣ୍ଡିଆନ୍‌। ସକାଳ ୧୦.୧୫ରେ ସେ ବିଜେଡିରେ ମିଶିଛନ୍ତି। ପରେ ମାଆ ତାରିଣୀଙ୍କ ଆଶିର୍ବାଦ ନେବାକୁ ସେ ଗଞ୍ଜାମ ତାରାତାରିଣୀ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

ପାଣ୍ଡିଆନ୍‌ ବିଜେଡିରେ ମିଶିବା ପୂର୍ବରୁ ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ବହୁ ନେତା ମନ୍ତ୍ରୀ ସାମିଲ ହୋଇଥିଲେ। ଏହି ହାଇଲେଭଲ ମିଟିଂରେ ଅନେକ ଆଲୋଚନା ହୋଇଥିଲା। ପରେ ସେ ଦଳରେ ମିଶିଥିଲେ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
5T Chairman VK Pandian Joins BJD in the presence of CM & several senior BJD leaders | Argus English