Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପଞ୍ଚଗାଁ ଖେଳପଡିଆ ଉନ୍ନତିକରଣ ପାଇଁ 50 ଲକ୍ଷ ଟଙ୍କାର ଅନୁଦାନ

Odisha

ପଞ୍ଚଗାଁ ଖେଳପଡିଆ ଉନ୍ନତିକରଣ ପାଇଁ 50 ଲକ୍ଷ ଟଙ୍କାର ଅନୁଦାନ

Manini Pattanayak
Browse all articles by Manini Pattanayak
·2 years ago·1 min read
ପଞ୍ଚଗାଁ ଖେଳପଡିଆ ଉନ୍ନତିକରଣ ପାଇଁ 50 ଲକ୍ଷ ଟଙ୍କାର ଅନୁଦାନ

ପୁରୀ: ଓଡ଼ିଶା ଗସ୍ତରେ ଆସି ଆଠଗଡ଼କୁ ନୂଆବର୍ଷ ଭେଟି ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।.. ଘଣ୍ଟିଖାଲ ଫ୍ଲାଏ ଓଭରବ୍ରିଜ୍ ହେବ । ଟଙ୍କା ମଞ୍ଜୁର ହୋଇସାରିଛି ଖୁବଶୀଘ୍ର କାମ ଆରମ୍ଭ ହେବ । ଘଣ୍ଟିଖାଲ ଏବଂ ରାଜା ଆଠଗଡ ରେଲୱେ ଷ୍ଟେସନର ହେବ ଉନ୍ନତିକରଣ । ଏପରି ଘୋଷଣା କରିଛନ୍ତି ଅଶ୍ବିନୀ ବୈଷ୍ଣବ । ଏଥିସହ ପଞ୍ଚଗାଁ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସାମିଲ୍ ହୋଇ ଖେଳପଡିଆର ଉନ୍ନତିକରଣ ପାଇଁ 50 ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ରେଳମନ୍ତ୍ରୀ । ଏହା ପୂର୍ବରୁ ବାବା ଧବଳେଶ୍ଵରଙ୍କ ଦର୍ଶନ ସହ ପର୍ଯ୍ୟଟନସ୍ଥଳୀର ବିକାଶ ପ୍ରତି ଗୁରୁତ୍ବାରୋପ କରିଥିଲେ । ଶେଷରେ ବଡମ୍ବା ନିର୍ବାଚନ ମଣ୍ଡଳୀରେ ମାଆ ଭଟ୍ଟାରିକାଙ୍କ ଦର୍ଶନ କରିବା ସହ ମନ୍ଦିର ଉନ୍ନତି ପାଇଁ ଦୁଇ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ଅଶ୍ବିନୀ ବୈଷ୍ଣବ ।

ଏହାସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ଗ୍ୟାରେଣ୍ଟି କଥା କହିଛନ୍ତି ଅଶ୍ବିନୀ । ସେପଟେ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା ଗଞ୍ଜାମ ଆର୍ଯ୍ୟପଲ୍ଲୀରେ ଆୟୋଜିତ ସାଗର ପରିକ୍ରମା ଏକାଦଶ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଉପକୂଳ ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ ଓ ଯୁବ ମତ୍ସ୍ୟ ଉଦ୍ୟୋଗୀଙ୍କୁ କିଷାନ କ୍ରେଡିଟ୍ କାର୍ଡ ବଣ୍ଟନ କରିଥିଲେ । ପରେ ନଇରି ଗାଁ ଏବଂ ବାଲୁଗାଁ ଗସ୍ତ କରି ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ।   ଆଜି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତ । ଦୀର୍ଘ ବର୍ଷ ପରେ ସପରିବାର ସହ ମହାପ୍ରଭୁଙ୍କ ଦର୍ଶନ କରି ସେ ଭାବବିହ୍ବଳ ହୋଇପଡିଥିଲେ  ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
50 lakhs grant for improvement of Panchgaon playground | Argus English