ସ୍ବାମୀଙ୍କ ମୃତ୍ୟୁର ୪୬ ବର୍ଷ ପରେ ୯୧ ବର୍ଷୀୟ ବୃଦ୍ଧାଙ୍କୁ ମିଳିବ ପେନସନ
·2 years ago·1 min read

କଟକ : ଦୀର୍ଘ ୪୬ ବର୍ଷ ପରେ ଜଣେ ୯୧ ବର୍ଷୀୟ ବୃଦ୍ଧା ମହିଳାଙ୍କୁ ହାଇକୋର୍ଟରୁ ମିଳିଲା ନ୍ୟାୟ। ସ୍ବାମୀଙ୍କ ମୃତ୍ୟୁର ୪୬ ବର୍ଷ ପରେ ୯୧ ବର୍ଷୀୟ ବୃଦ୍ଧାଙ୍କୁ ଆସନ୍ତା ଦୁଇ ମାସ ମଧ୍ୟରେ ପେନସନ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରିବାର ପେନସନ ପାଇବା ପାଇଁ ଯେଉଁ ତାରିଖ ଠାରୁ ସେ ଯୋଗ୍ୟ ଅଛନ୍ତି, ସେହି ତାରିଖ ଠାରୁ ତାଙ୍କୁ ବକେୟା ପ୍ରାପ୍ୟ ମିଳିବ। ୨୬ ଅଗଷ୍ଟ ୧୯୭୭ ରେ ନିଜ ସ୍ୱାମୀକୁ ହରେଇ ଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ପଳେଇ କନ୍ଦରପୁର ଅଞ୍ଚଳର ହର ସାହୁ।
ଅଧିକ ପଢନ୍ତୁ ଓଡିଶା ଖବର
ଏହା ପରେ ପରିବାର ପେନସନ ପାଇବା ପାଇଁ ତାଙ୍କ ପତ୍ନୀ ହର ସାହୁ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେ। ହେଲେ ତାଙ୍କୁ ପେନସନ ମିଳିଲା ନାହିଁ। ଶେଷରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: