Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୪ ବିରଳ ଗରୁଡ ପକ୍ଷୀ ଉଦ୍ଧାର

Odisha

୪ ବିରଳ ଗରୁଡ ପକ୍ଷୀ ଉଦ୍ଧାର

Ritu Das
Browse all articles by Ritu Das
·2 years ago·1 min read
୪ ବିରଳ ଗରୁଡ ପକ୍ଷୀ ଉଦ୍ଧାର

ଅର୍ଗସ ବ୍ୟୁରୋ: ଗଛ କୋରଡରୁ ୪ ବିରଳ ଗରୁଡ ପକ୍ଷୀ ଉଦ୍ଧାର ହୋଇଛି। ଗରୁଡ଼ ପକ୍ଷୀଙ୍କୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଚାଲିଛି ପ୍ରସ୍ତୁତି। ସୂଚନାରୁ ଜଣାପଡିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଟାଙ୍କୋଳ ଗାଁ ନିକଟରେ ଥିବା ଗତିଶ୍ୱର ଦେବ ମନ୍ଦିର ଠାରେ ଥିବା ଏକ ଆମ୍ବ ଗଛକୁ ଉକ୍ତ ଗାଁର ପ୍ରକାଶ ସ୍ୱାଇଁ ନାମକ ଜଣେ ଯୁବକ କାଟୁଥିବା ସମୟରେ ଆମ୍ବଗଛ କୋରଡରେ ୪ଟି ଗରୁଡ ପକ୍ଷୀ ଥିବା ଦେଖିବାକୁ ପାଇଥିଲେ। 

ସବୁ ପକ୍ଷୀଙ୍କୁ ଉଦ୍ଧାର କରି ପ୍ରକାଶ ଗ୍ରାମକୁ ଆଣି ଥିଲେ ପରେ ଗରୁଡ ପକ୍ଷୀକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା। ସ୍ଥାନୀୟ ସରପଞ୍ଚ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗରୁଡ ପକ୍ଷୀ ଦେଖି ବନବିଭାଗ ସହିତ ଯୋଗାଯୋଗ କରି ପକ୍ଷୀ ଗୁଡିକୁ ବନବିଭାଗକୁ ହସ୍ତାନ୍ତର କରିବା ପାଇଁ ବ୍ୟବସ୍ଥା କରିଛନ୍ତି। ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଗ୍ରାମ ମନ୍ଦିର ଠାରୁ ଗରୁଡ ପକ୍ଷୀ ଉଦ୍ଧାର ହୋଇଥିବାରୁ ସ୍ୱୟଂ ଭଗବାନ ରାମଚନ୍ଦ୍ର ବିରାଜମାନ ହୋଇଥିବା ଅନେକ ଆଲୋଚନା କରୁଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
4 rare | Argus English