Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ"ର କରିବେ ଶୁଭ ଉଦଘାଟନ  

Odisha

ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ"ର କରିବେ ଶୁଭ ଉଦଘାଟନ  

Manini Pattanayak
Browse all articles by Manini Pattanayak
·2 years ago·2 min read
ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ"ର କରିବେ ଶୁଭ ଉଦଘାଟନ  

ମୟୂରଭଞ୍ଜ: ବାରିପଦାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସହିଦ ସ୍ମୃତି ଭବନରେ ଆୟୋଜିତ "ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ"ର ୩୬ତମ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇଥିଲେ ମହାମହିମ । ସେଠାରୁ ବାହାରି ସର୍କିଟ ହାଉସ ଅଭିମୁଖେ ଯାଉଥିବା ବେଳେ କିଛି ସମୟ ପାଇଁ ରାସ୍ତାରେ ଅଟକିଥିଲା ରାଷ୍ଟ୍ରପତିଙ୍କ କାର୍‌କେଡ୍ । ସେଠାରେ ଉପସ୍ଥିତ ଲୋକଙ୍କୁ ଦେଖି ହାତ ହଲାଇ ଅଭିବାଦନ ଜଣାଇଥିଲେ ରାଷ୍ଟ୍ରପତି । ପରେ ସର୍କିଟ ହାଉସ ଅଭିମୁଖେ ବାହାରିଥିଲେ । ସେଠାରେ ମଧ୍ୟାହ୍ନ ଭୋଜନ କରି କୁଳିଅଣା ଅଭିମୁଖେ ବାହାରିବେ ।  "ପାଣିଜିଆ" ଠାରେ "ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ"ର କରିବେ ଶୁଭ ଉଦଘାଟନ । ଦିନ ୧୧ଟା ସମୟରେ ରାଷ୍ଟ୍ରପତି ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବାରିପଦା ପୋଲିସ ପଡ଼ିଆରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ସେଠାରେ ସେ ସହିଦ ସ୍ମୃତି ଭବନ ଅଭିମୁଖେ ବାହାରିଥିଲେ । ଆସନ୍ତାକାଲି ରାଇରଙ୍ଗପୁରରେ ପହଞ୍ଚିବା ପରେ ମୁର୍ମୁ ଛକରେ ସ୍ବାମୀ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହାସହ ଏଲଆଣ୍ଡଟି ପକ୍ଷରୁ ନିର୍ମାଣ ହୋଇଥିବା ସ୍କିଲ୍ ଟ୍ରେନିଂ ସେଣ୍ଟର ଉଦଘାଟନର ରହିଛି କାର୍ଯ୍ୟକ୍ରମ । ଏସ୍.ଏଲ୍.ଏସ୍. ମେମୋରିଆଲ ରେସିଡେନସିଆଲ ସ୍କୁଲରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ । ଏଥିସହ ବାଦାମପାହାଡ଼ ଷ୍ଟେସନରେ ସକାଳ ୯ଟା ୩୫ରୁ ୧୦ଟା ୪୫ ଭିତରେ ୩ଟି ନୂଆ ଏକ୍ସପ୍ରେସ୍ ଟ୍ରେନର ଶୁଭ ଉଦଘାଟନ କରିବେ ରାଷ୍ଟ୍ରପତି । ବାଦାମପାହାଡ଼ରୁ ଟ୍ରେନରେ ଛୋଟ ପିଲାଙ୍କ ସହ ୪୦ ମିନିଟର ଟ୍ରେନ ଯାତ୍ରା କରି ରାଇରଙ୍ଗପୁର ରେଳଷ୍ଟେସନରେ ପହଞ୍ଚିବେ । ପରେ ପରେ ରାଇରଙ୍ଗପୁର ପୋଷ୍ଟାଲ ଡିଭିଜନର ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିବେ । ଆସନ୍ତା ୨୨ ତାରିଖରେ ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମରେ ନୂତନ ଭାରତ ନୂତନ ଶିକ୍ଷା କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ରାଇରଙ୍ଗପୁର ଗସ୍ତ ଅବସରରେ ଘରକୁ ମଧ୍ୟ ଆସିବେ ରାଷ୍ଟ୍ରପତି । ପରିବାର ଲୋକଙ୍କ ସହ ସମ୍ପର୍କୀୟମାନେ ମଧ୍ୟ ଘରେ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Presedent attend 36th annual conference of "Sarvabharatiya Santali Writers Association" held at Shaheed Smruti Bhawan. | Argus English