|
logo
Live

Argus News - ରାସ୍ତାରେ ଚଢ଼ାଉ ବେଳେ ୩ କିଲୋ ଗଞ୍ଜେଇ ଜବତ

Odisha

ରାସ୍ତାରେ ଚଢ଼ାଉ ବେଳେ ୩ କିଲୋ ଗଞ୍ଜେଇ ଜବତ

Ritu Das
Browse all articles by Ritu Das
·2 years ago·1 min read
ରାସ୍ତାରେ ଚଢ଼ାଉ ବେଳେ ୩ କିଲୋ ଗଞ୍ଜେଇ ଜବତ

ଅର୍ଗସ ବ୍ୟୁରୋ: ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ପ୍ରଶାନ୍ତ କୁମାର ମହାନ୍ତି ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ନରିପୁର ଛକ ନିକଟରେ ଚଢ଼ାଉ କରାଯାଇ ୩ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ନରିପୁର ଗ୍ରାମର ଶୁକଦେବ ସାହୁଙ୍କୁ ଗିରଫ କରିଛି ଅବକାରୀ ପୋଲିସ।

 ସେହିପରି ସହରାଞ୍ଚଳ ଥାନା ଅନ୍ତର୍ଗତ ଚରମ୍ପା ଓ ଡଗରାସାହି ଅଞ୍ଚଳରେ ଚଢ଼ାଉ କରାଯାଇ ଗୋଟିଏ ହୁଣ୍ଡାଇ ସାଣ୍ଟ୍ରୋ କାର (OR-02U-4181) ଏବଂ 330  ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ  ଖଣ୍ଡିଆବଜାର ଗ୍ରାମର ନମିତା ସୋରେନ ଓ ଡଗରାସାହି ଗ୍ରାମର ମିନା ସିଂଙ୍କୁ ଗିରଫ କରିଛି ଅବକାରୀ ପୋଲିସ। ଏହି ଘଟଣାର ମୋଟ 3 ଜଣଙ୍କୁ ଗିରଫ କରିବା ସହ ଗଞ୍ଜେଇ, ମଦ ସହ ଗାଡ଼ିକୁ ଜବତ କରିଛି। ଗାଡ଼ିର ଆନୁମାନିକ ମୂଲ୍ୟ 3 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଏନେଇ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ 3 ଗୋଟି ମାମଲା ରୁଜୁ କରାଯାଇଥିବା ନେଇ ଅବକାରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରାସ୍ତାରେ ଚଢ଼ାଉ ବେଳେ ୩ କିଲୋ ଗଞ୍ଜେଇ ଜବତ | Argus English