Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୨୪ ନିର୍ବାଚନ ପୂର୍ବରୁ ବିଜେଡିକୁ ଅନ୍ତର୍ଘାତୀ ଭୟ

Odisha

୨୪ ନିର୍ବାଚନ ପୂର୍ବରୁ ବିଜେଡିକୁ ଅନ୍ତର୍ଘାତୀ ଭୟ

Jitendra Dash
Browse all articles by Jitendra Dash
·2 years ago·3 min read
୨୪ ନିର୍ବାଚନ ପୂର୍ବରୁ ବିଜେଡିକୁ ଅନ୍ତର୍ଘାତୀ ଭୟ

ଅର୍ଗସ ବ୍ୟୁରୋ : ବର୍ତ୍ତମାନ ଯେଉଁମାନେ ବିଜେଡି ବିଧାୟକ ଅଛନ୍ତି ସେମାନେ ଚାହୁଁଛନ୍ତି, ଆମେ ରିପିଟ୍ ହେବୁ । ଯେଉଁମାନେ ନାହାନ୍ତି ସେମାନେ ବି ଚାହୁଁଛନ୍ତି ଆମେ ପ୍ରାର୍ଥୀ ହେବୁ । ବିଜେଡିରେ, ମୁଖିଆ ଯାହାକୁ ଚାହିଁବେ ସେ ହେବ ପ୍ରାର୍ଥୀ । ୨୦୧୯ରେ ୧୧୩ ସିଟ୍ ଜିତି ସରକାର ଗଢିଥିବା ବିଜେଡିରେ ଏବେ ଏଭଳି ସ୍ଥିତି । କେଉଁଠି ବିଧାୟକଙ୍କୁ ଟାର୍ଗେଟ କରାଯାଉଛି ତ କେଉଁଠି ସମାନ୍ତରାଳ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରୁଛନ୍ତି ବିଜେଡି ନେତା । ନିର୍ବାଚନ ତାରିଖ ପାଖେଇବା ସହ ଚଳଚଞ୍ଚଳ ହୋଇଛି ଜଗତସିଂହପୁର ରାଜନୀତି । ଟିକେଟ କିଏ ନେବ, ତାକୁ ନେଇ ଆରମ୍ଭ ହେଲାଣି ବଳ କଷାକଷି । ଜଗତସିଂହପୁର ବଜାରରେ ନିଜର ଦମ ଦେଖାଇଛନ୍ତି ଜିଲ୍ଲାର ପୂର୍ବତନ ବିଜେଡି ସଭାପତି ଅମରେନ୍ଦ୍ର ଦାସ । ବିଧାୟକଙ୍କୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜଗତସିଂହପୁର ବିଧାନସଭା ସିଟ୍ ପାଇଁ ଅନ୍ୟତମ ଦାବିଦାର ହେଉଛନ୍ତି ଅମରେନ୍ଦ୍ର । ହଜାର ହଜାର ଯୁବକ, ମହିଳା ମାନଙ୍କୁ ନେଇ ବିରାଟ ଶୋଭାଯାତ୍ରା ଏବଂ ଜନ ସମାବେଶ କରି ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଓଗାଳିଛନ୍ତି ବିଷ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର
                
ନିର୍ବାଚନ ଆଗରୁ ଉଗ୍ର ହେଉଛି ବିଜେଡି କଳି । ଦିନକୁ ଦିନ ବଢି ଚାଲିଛି ଆଶାୟୀଙ୍କ ସଂଖ୍ୟା । ଆସିକା ନିର୍ବାଚନ ମଣ୍ଡଳୀରେ ବି ସ୍ଥିତି ସଙ୍ଗୀନ । ପୁଣି ତେଜିଲାଣି ମା ପୁଅ-ହଟାଓ ନାରା । ବନ୍ଧୁ ମିଳନ ନାଁରେ ଗତ ଶୁକ୍ରବାର ଖମ୍ବେଶ୍ବର ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ମେଳି କରିଥିଲେ ନିର୍ବାଚିନ ମଣ୍ଡଳୀର ୩୯ ପଞ୍ଚାୟତ ଓ ଆସିକା ଏନଏସିର ବହୁ ପୁରୁଖା ନେତା ଓ ନିର୍ବାଚିତ ପ୍ରତିନିଧି । ଏଥର ନିର୍ବାଚନରେ ବିଧାୟିକା କିମ୍ବା ତାଙ୍କ ପରିବାର କୌଣସି ସଦସ୍ୟଙ୍କୁ ଟିକେଟ ନଦେବାକୁ ଗଣମାଧ୍ୟମ ଜରିଆରେ ଦଳ ସୁପ୍ରିମୋଙ୍କୁ ଦାବି କରିଛନ୍ତି ସମସ୍ତ ନେତା । 

ତେବେ କେବଳ ଆସିକା ନୁହେଁ, ରାଜ୍ୟ ରାଜଧାନୀରେ ମଧ୍ୟ ଜଳୁଛି ବିଦ୍ରୋହର ବହ୍ନି । ନୂଆବର୍ଷରେ ବନ୍ଧୁମିଳନ ଆଳରେ ଆଶାୟୀ ପ୍ରାର୍ଥୀଙ୍କ ପାୱାର ସୋ । ଭୁବନେଶ୍ଵର - ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ଗଡ଼ରେ ଶକ୍ତି ପ୍ରଦର୍ଶନ କରିଛନ୍ତି ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଉତ୍ତର ନିର୍ବାଚନ ମଣ୍ଡଳୀର ଗଣ୍ଡରପୁର ଗାଁରେ ଦଳୀୟ ସଭା କରିବା ସହ ୨୪ ନିର୍ବାଚନ ପାଇଁ ଟିକେଟ ରେସରେ ମୁଁ ଅଛି ଓ ଲୋକ ମୋ ସହିତ ଥିବା କଥା କହିଛନ୍ତି ପ୍ରିୟଦର୍ଶୀ । ବାଲେଶ୍ଵର ଜିଲ୍ଲରେ ବି ବୃଦ୍ଧି ପାଇଛି ଦଳୀୟ ଗୋଳ । ବସ୍ତା ବିଜେଡ଼ିରେ ବିଦ୍ରୋହର କମ୍ପନ । ବୁଧବାର ବସ୍ତା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଦୁଇ ବରିଷ୍ଠ ନେତା ରବୀନ୍ଦ୍ର ଅଣ୍ଡିଆ ଓ ହେମନ୍ତ ଦାସଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ଦୀର୍ଘ ଦିନରୁ ବସ୍ତା ବିଜେଡ଼ିର ଗୋଷ୍ଠୀ କନ୍ଦଳ ଓ ଟିକେଟ୍ ପ୍ରତିଯୋଗିତା ଘଟଣା ଚର୍ଚ୍ଚାରେ ରହିଆସିଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ହଠାତ୍ ରବିନ୍ଦ୍ର ଅଣ୍ଡିଆଙ୍କ ଦଳରୁ ନିଲମ୍ବନ ସମସ୍ତଙ୍କୁ ଚକିତ କରିଛି । ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ଏ ବାବଦରେ ପଚାରିବାରୁ ସେ କୌଣସି ଖବର ପାଇନଥିବା ଓ ତାଙ୍କର ମତାମତ କେହି ନେଇ ନାହାନ୍ତି ବୋଲି କହିଛନ୍ତି । ଅନ୍ୟପଟେ ବିଧାୟକଙ୍କ ସମର୍ଥନ ରବିନ୍ଦ୍ରଙ୍କ ପ୍ରତି ଥିବାରୁ ଏଥର ବସ୍ତାରୁ ଟିକେଟ୍ ପାଇବାର ବି ସମ୍ଭାବନା ଥିଲା । ତେଣୁ ବେଳ ଥାଉ ଥାଉ ରାସ୍ତାରୁ କଣ୍ଟା ସଫା କରିବାକୁ ବାଲେଶ୍ଵର ଜିଲ୍ଲା ସଭାପତି ଅଶ୍ଵିନୀ ପାତ୍ର ଏଭଳି ନିଷ୍ପତି ନେଲେ ବୋଲି ଚର୍ଚ୍ଚା ହେଉଛି । ବିଜେଡି ଭିତରେ ଗୋଷ୍ଠୀ କନ୍ଦଳ ଚରମସୀମାରେ । ସ୍ଥିତି ଏମିତି ଯେ, ଆଶାୟୀ କହିଲେଣି ଟିକେଟ ନଦେଲେ ଦଳକୁ ହରାଇ ଦେବେ । ଏହା ହିଁ ରାଜୁ ସିଣ୍ଡ୍ରୋମ । ଗୋଟିଏ ଗୋଟିଏ ସିଟ୍ ପାଇଁ ୩ରୁ ୪ ଜଣ ଆଶାୟୀ । ବିଜେଡିରେ ଯଦି ବିଦ୍ରୋହୀଙ୍କ ସଂଖ୍ୟା ବଢେ ତେବେ ସାଙ୍ଘାତିକ ସ୍ଥିତି ହେବ ବୋଲି ଚର୍ଚ୍ଚା ହେଉଛି । 
 

Sponsored
24 election BJD Fight | Argus English