|
logo
Live

Argus News - ଓଲଟିଲା ପିକଅପ୍‌, ୨୧ ଛାତ୍ର ଗୁରୁତର

Odisha

ଓଲଟିଲା ପିକଅପ୍‌, ୨୧ ଛାତ୍ର ଗୁରୁତର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଓଲଟିଲା ପିକଅପ୍‌, ୨୧ ଛାତ୍ର ଗୁରୁତର

ଅର୍ଗସ ବ୍ୟୁରୋ:  ଓଲଟିଲା ପିକଅପ୍ । ଗଜପତି ଜିଲ୍ଲା ଉଦୟଗିରି ଥାନା ଚମ୍ପା ଘାଟିରେ କିଛି ଛାତ୍ରଙ୍କୁ ନେଇ ଯାଉଥିବା ପିକଅପ୍ ଓଲଟିଛି । ଯେଉଁଥିପାଇଁ 21 ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଗାଡ଼ିରେ ପାଖାପାଖି 20ରୁ 25 ଛାତ୍ର ରହିଥିଲେ । ଯେଉଁଥିରୁ  21 ଜଣ ଗୁରୁତର ଛାତ୍ରଙ୍କ ମଧ୍ୟରୁ ଚନ୍ଦ୍ରଗିରି ଠାରେ 7ଜଣଙ୍କ ଚିକିତ୍ସା ଚାଲିଥିବାବେଳେ ବାକି 14 ଜଣଙ୍କୁ ରା.ଉଦୟଗିରି ମେଡିକାଲଠାରେ ଭର୍ତ୍ତି କରାଯାଇଛି ।

ଏମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରା.ଉଦୟଗିରି ବିଡ଼ିଓ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ରା.ଉଦୟଗିରି ମହେନ୍ଦ୍ର ତନୟା କଲେଜ ପଡିଆ ଠାରେ ମୋ ଓଡ଼ିଶା ନବୀନ ଓଡ଼ିଶାର କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମ ପାଇଁ ଛାତ୍ରଙ୍କୁ ନିଆଯାଇଥିଲା ।ବାଟରେ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ତେବେ ବଡ଼ ପ୍ରଶ୍ନ ଏହା ଏକ ମାଲବାହୀ ଗାଡ଼ି ହୋଇଥିବା ବେଳେ ଏଥିରେ କିପରି ଅସାବଧାନତା ସହ ଛୋଟଛୋଟ ପିଲାଙ୍କୁ ନିଆଯାଉଥିଲା ? ଛୋଟ ଛୋଟ ପିଲାଙ୍କ ଏ ଅବସ୍ଥା ପାଇଁ ଦାୟୀ କିଏ ?

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଓଲଟିଲା ପିକଅପ୍‌, ୨୧ ଛାତ୍ର ଗୁରୁତର | Argus English