୨୦୦ ଗ୍ରାମ ନକଲି ଜର୍ଦ୍ଦା ଜବତ

ଭଦ୍ରକ : ଭଦ୍ରକରେ ନକଲି ଜର୍ଦ୍ଦା ତିଆରି ସ୍ଥାନ ଠାବ, ଵହୁ ପରିମାଣରେ ନକଲି ଜର୍ଦ୍ଦା ସହ ଜର୍ଦ୍ଦା ତିଆରି ସରଞ୍ଜାମ ଓ ଅଟୋ ଜବତ. ଭଦ୍ରକ ପୁରୁଣା ବଜାର ପୋଲିସକୁ ସଫଳତା, ବିପୁଳ ପରିମାଣର ଜର୍ଦ୍ଦା ଜବତ. ପୁରୁଣା ବଜାର ଅଞ୍ଚଳର ଦିନକୁ ଦିନ ନକଲି ଜର୍ଦ୍ଦା କାରଵାର ଵଢି ଚାଲିଛି. ଏହି ନକଲି ଜର୍ଦ୍ଦାକୁ ପୋଲିସ ଜବତ କରୁଛି କିନ୍ତୁ ମୂଳ ଓ ପଛଦ ପଟରେ କିଏ ରହୁଛି ତାକୁ ଧରିବାର ସଫଳ ହେଉନାହିଁ ପୋଲିସ. ହେଲେ ଆଜି ଭଦ୍ରକ ପୁରୁଣାବଜାର ହେଲାସାହି ଅଞ୍ଚଳରେ ଚାଲୁଥିଲା ନକଲି ଜର୍ଦ୍ଦା କାରବାରକୁ ମାଡ଼ି ବସିଲା ପୁରୁଣା ବଜାର ପୋଲିସ.
ଅଧିକ ପଢନ୍ତୁ ଓଡିଶା ଖବର
କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ ଵେଳେ ଏକ ଅଟୋରେ ମାଲ ଲୋଡ ବେଳେ ପୋଲିସ ମାଡି ଵସିଥିଲା. ସେଠାରୁ ଵିଭିନ୍ନ ନାମୀ ଦାମୀ କମ୍ପାନୀର ମୋଟ 1 କୁଇଁଣ୍ଟାଲ 200 ଗ୍ରାମ ନକଲି ଜର୍ଦ୍ଦା ଜବତ କରିବା ସହ ଏକ ପାସେଞ୍ଜର ଅଟୋକୁ ମଧ୍ୟ ଜବତ କରିଥିବା ବେଳେ ଏହି ନକଲି କାରବାର କରୁଥିବା ମୁଖ୍ୟ ଆସାମୀ ଘଟଣା ସ୍ଥଳରୁ ଖସି ପଳାଇ ଯାଇଥିବା ନେଇ ପୋଲିସ ସୂଚନା ଦେଇଛି.ଏହା ସହ ନକଲି ନିଆଦାମୀ କମ୍ପାନୀର ଜର୍ଦ୍ଦା, ଖୋଳ, ଲୋଗ, ଷ୍ଟିକର, ତିଆରି ମେସିନ, କେମିକାଲ ଓ ଡ୍ରାଇର ମେସିନ ଜବତ କରିଛି ପୁରୁଣାବଜାର ପୋଲିସ.