Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପରୀକ୍ଷାରୁ ବଞ୍ଚିତ ହେଲେ ୨ ଛାତ୍ର, ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

Odisha

ପରୀକ୍ଷାରୁ ବଞ୍ଚିତ ହେଲେ ୨ ଛାତ୍ର, ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

Jitendra Dash
Browse all articles by Jitendra Dash
·2 years ago·1 min read
ପରୀକ୍ଷାରୁ ବଞ୍ଚିତ ହେଲେ ୨ ଛାତ୍ର, ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ଅର୍ଗସ ବ୍ୟୁରୋ : ପ୍ରଧାନ ଶିକ୍ଷକଙ୍କ ଅବହେଳାରୁ ନବୋଦୟ ପରୀକ୍ଷାରୁ ବଞ୍ଚିତ ହେଲେ ୨ ଛାତ୍ର । ଯାହାକୁ ନେଇ ପ୍ରଧାନ ଶିକ୍ଷକଙ୍କ ବଦଳି ଓ ନ୍ୟାୟ ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ । ଦୀର୍ଘ ଘଣ୍ଟା ଧରି ବାହାରେ ରହିଲେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ । ବାସୁଦେବପୁର ବ୍ଲକ ବରଣ୍ଡୁଆ ପଞ୍ଚାୟତର ଜଗବନ୍ଧୁ ସରକାରୀ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା । 

ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବହେଳା ପାଇଁ ମଧୁସୂଦନ ନାୟକ ଓ ସୁମିତ ନାୟକ ଦୁଇଜଣ ଛାତ୍ର ନବୋଦୟ ପରୀକ୍ଷାରୁ ବଞ୍ଚିତ ରହିଲେ । ଯାହାକୁ ନେଇ ଅଭିଭାବକ ମାନେ ବିଦ୍ୟାଳୟର ଗେଟରେ ତାଲା ପକାଇଦେଇଥିଲେ । ଫଳରେ ଦୀର୍ଘ ସମୟ ଧରି ସମସ୍ତେ ବାହାରେ ରହିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିଛି ସମୟ ପାଇଁ ଘଟଣା ସ୍ଥଳରେ ଉତେଜନା ଦେଖା ଦେଇଥିଲା । ବିଦ୍ୟାଳୟର ମୋଟ ୩୫୯ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ୧୩ଜଣ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷାଦାନ କରୁଛନ୍ତି । ତେବେ ଖବର ପାଇ ସ୍ଥାନୀୟ ସରପଞ୍ଚ ଓ ଅଧିକାରୀମାନେ ପହଂଚି ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା ଓ ଗେଟରୁ ତାଲା ଖୋଲାଯାଇଥିଲା ।

Sponsored
2 students missed the exam, parents locked the school | Argus English