Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨.୩୫ କୋଟି ଠକେଇ ଅଭିଯୋଗରେ ୨ ଜଣ ଦୋଷୀ ସାବ୍ୟସ୍ତ 

Odisha

୨.୩୫ କୋଟି ଠକେଇ ଅଭିଯୋଗରେ ୨ ଜଣ ଦୋଷୀ ସାବ୍ୟସ୍ତ 

Manini Pattanayak
Browse all articles by Manini Pattanayak
·2 years ago·1 min read
୨.୩୫ କୋଟି ଠକେଇ ଅଭିଯୋଗରେ ୨ ଜଣ ଦୋଷୀ ସାବ୍ୟସ୍ତ 

ଭୁବନେଶ୍ୱର:   ୨.୩୫ କୋଟି ଠକେଇ ଅଭିଯୋଗରେ ୨ ଜଣ ଦୋଷୀ ସାବ୍ୟସ୍ତ । ବିଜୟ ଭରଦ୍ବାଜ ଓ ହିମାଂଶୁ ଭଣ୍ଡାରୀ ଦୋଷୀ ସାବ୍ୟସ୍ତ । ବାଲେଶ୍ଵର ଓପିଆଇଡି କୋର୍ଟ ପକ୍ଷରୁ ଏମାନଙ୍କୁ ୧୦ ବର୍ଷ କାରାଦଣ୍ଡ ସଜା ଦିଆଯାଇଛି । ଅଭିଯୁକ୍ତଙ୍କୁ ୩ ଲକ୍ଷ ଟଙ୍କାର ଆର୍ଥିକ ଜରିମାନା ଆଦେଶ ଦେଇଛନ୍ତି କୋର୍ଟ। ଜରିମାନା ଅନାଦେୟ ୨ ବର୍ଷ ଅଧିକ ହେବ ଜେଲ। ଯୋଡ଼ାର ବ୍ୟବସାୟୀ ପ୍ରମୋଦ ରାଉତଙ୍କୁ ୩ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ରାହତ କୋଷ ଯୋଜନାରେ ଠକେଇ କରିଥିବା ଅଭିଯୋଗ ହୋଇଥିଲା ।

ଇଂସ୍ୟୁରାନ୍ସ ପଲିସି ଜରିଆରେ ଠକେଇ ହୋଇଥିଲା।  କେନ୍ଦ୍ର ଅର୍ଥ ବିଭାଗ ନାଁ ରେ ଫୋନ କରି ରଚିଥିଲେ ଠକେଇ ର ବ୍ଲୁ ପ୍ରିଣ୍ଟ। ବଡ଼ ବଡ଼ ଅଧିକାରୀଙ୍କ ନାଁ ନେଇ ବ୍ୟବସାୟୀଙ୍କୁ ଚୁନା ଲଗାଇଥିଲେ ବିଜୟ ଓ ହିମାଂଶୁ। Income tax, RBIର କିଛି ନକଲି ଡକ୍ୟୁମେଣ୍ଟ ବ୍ୟବସାୟୀ ଜଣଙ୍କୁ ପଠାଇଥିଲେ ଅଭିଯୁକ୍ତ। ୨୦୧୯ ମସିହାରେ ହୋଇଥିଲା ଏହି ଠକେଇ । ଠକେଇ ପରେ ଅର୍ଥନୈତିକ ଅପରାଧ ଶାଖାର ଦ୍ବାରସ୍ତ ହୋଇଥିଲେ ବ୍ୟବସାୟୀ ପ୍ରମୋଦ ରାଉତ। ୨୦୨୨ ମାର୍ଚ୍ଚ ୧୫ ହିମାଂଶୁ ଭଣ୍ଡାରୀ ଗିରଫ ହୋଇଥିଲେ। ୨୦୨୨ ନଭେମ୍ବର ୧୧ ରେ ବିଜୟ ଭରଦ୍ୱାଜ ଗିରଫ ହୋଇଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା EOW।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 people have been found guilty of fraud of 2.35 crores | Argus English