Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦାଦନ ଖଟିବାକୁ ଯାଇ ଚାଲିଗଲା ୨ ଭାଇଙ୍କ ଜୀବନ

Odisha

ଦାଦନ ଖଟିବାକୁ ଯାଇ ଚାଲିଗଲା ୨ ଭାଇଙ୍କ ଜୀବନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦାଦନ ଖଟିବାକୁ ଯାଇ ଚାଲିଗଲା ୨ ଭାଇଙ୍କ ଜୀବନ

ଅର୍ଗସ ବ୍ୟୁରୋ: ୨୪ ବର୍ଷର ସ୍ଥିର ସରକାରର ପୁରୁଷାର୍ଥ ଉପରେ ପ୍ରଶ୍ନ । ଦାଦନ ଖଟିବାକୁ ଯାଇ ଚାଲିଗଲା ୨ ଭାଇଙ୍କ ଜୀବନ । ଘରର ଦୁଇ ଭେଣ୍ଡିଆ ପୁଅକୁ ହରାଇଲେ ପରିବାର ଲୋକେ । ଜଣଙ୍କର ରାୟଗଡ଼ା ମେଡିକାଲ ଓ ଅନ୍ୟ ଜଣଙ୍କର ମୋହନା ମେଡିକାଲରେ ମୃତ୍ୟୁ ହୋଇଛି । କାମ ଧନ୍ଦା ନ ପାଇଁ ଦାଦନ ଖଟିବାକୁ ଯାଇଥିଲେ ଆନ୍ଧ୍ରର ବିଶାଖାପାଟଣା ଯାଇଥିଲେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରୀ ପଞ୍ଚାୟତ ମକାପଦର ଗାଁର ଦୁଇ ଭାଇ ଗଙ୍ଗାଧର ମାଝି ଓ ମହେଶ୍ବର ମାଝି । ବିଶାଖାପାଟଣା ନିକଟ ପାଲମନପେଟା ସ୍ଥିତ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲେ ।

ସେଠାରେ କିଛି ଦିନ ହେବ ଦେହ ଅସୁସ୍ଥ ହୋଇପଡ଼ିଥିଲେ । କିନ୍ତୁ ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ଚିକିତ୍ସା ନ କରିବାକୁ ସ୍ବାସ୍ଥ୍ୟବସ୍ଥା ଆହୁରି ବିଗିଡ଼ ଯାଇଥିଲା । ଧାର ଉଧାର କରି ଘରକୁ ଆସି ଏଠାରେ ଚିକିତ୍ସିତ ହେଉଥିଲେ । ରବିବାର ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ଗଙ୍ଗାଧରଙ୍କ ମୃତ୍ୟୁ ହୋଇଥିବା ବେଳେ, ରବିବାର ରାତିରେ ମହେଶ୍ବରଙ୍କ ମୃତ୍ୟୁ ହୋଇଛି । ସବୁଠୁ ସ୍ପର୍ଶକାତର ଘଟଣା ହେଉଛି, ଉଭୟ ଦାଦନ ନାବାଳକ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 brothers dead in raigarh | Argus English