ଓଡ଼ିଶାରେ ପ୍ରଥମଥର ଭିନଟେଜ କାର ଶୋ

ଅର୍ଗସ ବ୍ୟୁରୋ: ଭୁବନେଶ୍ୱରରେ ପ୍ରଥମଥର ପାଇଁ ଖୋଲିଛି ଭିନଟେଜ ଏବଂ କ୍ଲାସିକ କାର ଶୋ। ଯାହାକୁ ନେଇ ଭୁବନେଶ୍ବରବାସୀ ଖୁବ ଏକ୍ସାଇଟେଡ। ପୁରୁଣା କାଳର ରୟାଲ କାର ଗୁଡ଼ିକ ପ୍ରଦର୍ଶିତ ହୋଇଛି ଅତି ସୁନ୍ଦର ଭାବେ ବରମୁଣ୍ଡା ପଡ଼ିଆରେ। ପ୍ରଦର୍ଶିତ ପ୍ରତିଟି କାର ବିଗତ ଦିନର ସମୃଦ୍ଧ ଇତିହାସ ଏବଂ କାରିଗରୀରର ମୁକସାକ୍ଷୀ ପାଲଟିଥିବାବେଳେ ସେଗୁଡ଼ିକ ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା, ଦିଲ୍ଲୀ ତଥା ଭୁବନେଶ୍ବରରୁ ଆସିଛି। ଏହି ଭିଣ୍ଟେଜ୍ କାର ପ୍ରଦର୍ଶନୀ ୨ ଦିନ ଧରି ଚାଲିବ।କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ଭାରତର ବିଭିନ୍ନ ସ୍ଥାନରୁ ପୁନରୁଦ୍ଧାର କରାଯାଇଥିବା ୫୨ଟି କ୍ଲାସିକ୍ କାର୍ ପ୍ରଦର୍ଶନ କରାଯାଇଛି । ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏପରି ଆୟୋଜନ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସି ପ୍ରକାଶ କରିଛନ୍ତି କାର ମାଲିକ। ତେବେ ସବୁଠୁ ଅଧିକ ରୋଲ୍ସ ରୟସକୁ ଦେଖିବାକୁ ଲୋକଙ୍କ ଭିଡ଼ ହୋଇଥିଲା।
ଭୁବନେଶ୍ୱରରେ ଉଦଘାଟିତ ହୋଇଛି ପ୍ରଥମ ଓଡ଼ିଶା କନକର୍ସ ଡି-ଏଲିଗାନ୍ସ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆରେ ଆୟୋଜିତ ଏହି ପ୍ରଦର୍ଶନୀରେ ଭିଣ୍ଟେଜ୍ ଓ କ୍ଲାସିକ୍ କାର ପ୍ରଦର୍ଶିତ କରାଯାଇଛି । ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଏହାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏପରି କାର୍ଯ୍ୟକ୍ରମ ପର୍ଯ୍ୟଟକଙ୍କୁ ନିଶ୍ଚିତ ଆକର୍ଷିତ କରିବ ବୋଲି ସେ କହିଛନ୍ତି ।
ଏହି ଅବସରରେ ଭାରତର ବିଭିନ୍ନ ରାଜ୍ୟରୁ ସୁରକ୍ଷିତ ଭାବେ ପୁନରୁଦ୍ଧାର କରାଯାଇଥିବା ୫୨ରୁ ଅଧିକ କାର ପ୍ରଦର୍ଶିତ କରାଯାଇଛି । କାରଗୁଡିକ ମଧ୍ୟରେ ରହିଛି ୧୮୮୬ ମସିହାର ବେଞ୍ଜ ମୋଟରୱାଗନର ପ୍ରତିକୃତି ସହ ରୋଲସ୍ ରଏସ୍, ଫଡ୍ ଭି, ଜାଗୁଆର, ବୁଗାଟି, ବ୍ରିଟିଶ କ୍ଲାସିକ୍ ଆଦି ପ୍ରଦର୍ଶିତ ହୋଇଛି । ସ୍ୱାଧୀନତା ପୂର୍ବର ଅନେକ କାର୍ ଏଥିରେ ସ୍ଥାନ ପାଇଛି । ଏପରି କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସି ପ୍ରକାଶ କରିଛନ୍ତି କାର ମାଲିକ । ଏହାର ଆୟୋଜକ ରହିଛନ୍ତି ଧର୍ମାଦିତ୍ୟ ପଟ୍ଟନାୟକ । ଲୋକମାନେ ମଧ୍ୟ ବହୁତ ପସନ୍ଦ କରିଛନ୍ତି ଏହି ମେଳାକୁ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର