ଅନଲାଇନ ଗେମ ହେଲା କାଳ, ଚାଲିଗଲା ୧୭ ବର୍ଷୀୟ ଛାତ୍ରର ଜୀବନ

ବାଲେଶ୍ବର : ଅନଲାଇନ ଗେମ ଖେଳି ଜୀବନ ହାରିଲା ଛାତ୍ର. ସୋର ଥାନା ବାହାନଗା ବ୍ଲକ କୁଚିଆକୋଇଲି ଅରଡ଼ା ଗ୍ରାମର ଶରତ ଚନ୍ଦ୍ର ମଳିକ ଅନଲାଇନ ଗେମ ଖେଳି ନିଜ ଜୀବନ ହାରିଥିବା ପରି ଖବର ସାମ୍ନାକୁ ଆସିଛି । ଛାତ୍ର ଜଣକ ହେଉଛନ୍ତି ଶରତଚନ୍ଦ୍ର ମଳିକଙ୍କ 17 ବର୍ଷୀୟ ସାନ ପୁଅ ଆଶିଷ କୁମାର ମଳିକ। ଆଶିଷ ଅନନ୍ତପୁର ସାରସ୍ୱତ ମହାବିଦ୍ୟାଳୟର ଯୁକ୍ତ ଦୁଇର ଛାତ୍ର ଥିଲେ। ଗତକାଲି କଲେଜରୁ ଫେରିବା ପରେ ଘରଭିତରେ କବାଟ ବନ୍ଦ କରି ରହିଥିଲେ।
ଅଧିକ ପଢନ୍ତୁ : ଲକ୍ଷାଧିକ ଟଙ୍କା ହରାଇବାରୁ ମାନସିକ ଭାରସାମ୍ୟ ହରାଇ ଯୁବକଙ୍କ ଆତ୍ମହତ୍ୟା
ତାଙ୍କ ମା ଖାଇବା ପାଇଁ ଡାକିବା ବେଳେ ସେ କବାଟ ଖୋଲିନଥିଲେ। କିନ୍ତୁ ପରିବାର ଲୋକେ ଓ ଗ୍ରାମବାସୀମାନେ କବାଟ ଭାଙ୍ଗି ଆଶିଷକୁ ବେକରେ ରଶି ଲଗାଇ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ସେଠାରେ ଡାକ୍ତର ଆଶିଷକୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡ଼ାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି l ଅତ୍ୟଧିକ ଗେମ ଖେଳିବା ଯୋଗୁଁ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ.
📱 Get Argus News App
✨ଓଡିଶା ଖବର ଆହୁରି ପଢନ୍ତୁ