ଆସନ୍ତା ୧୦ ତାରିଖରେ ଓଡ଼ିଶା ମହିଳା ଟିମ୍ ଭେଟିବ ଜମ୍ମୁ କାଶ୍ମୀରକୁ

ଅର୍ଗସ ବ୍ୟୁରୋ : ବିସିସିଆଇର ଘରୋଇ ସିଜିନ୍ ପାଇଁ ଘୋଷଣା ହେଲା ୨୩ ବର୍ଷରୁ କମ୍ ଓଡ଼ିଶା ମହିଳା ଦଳ । ସୋମବାର ଓସିଏ ପକ୍ଷରୁ ୧୭ ଜଣିଆ ଟିମ୍ ଘୋଷଣା କରିଛି ଓଡ଼ିଶା କ୍ରିକେଟ ସଙ୍ଘ । ଅଧିନାୟକ ଭାବେ ଶୁଭ୍ରା ନରଞ୍ଜନି ସ୍ବାଇଁଙ୍କୁ ଚୟନ କରିଛି ଓସିଏ ।
ଅଧିକ ପଢନ୍ତୁ ଖେଳ ଖବର
ସେହିପରି ଟିମ୍ ଉପରେ ଯଦି ନଜର ପକାଇବା ତେବେ ଅଲିପ୍ସା ବିଶ୍ବାଳ, ଭବାନୀ ଧଡା, ଭାଗ୍ୟଶ୍ରୀ ରାଉତ, ଜିୟୁସ ନାୟକ, କଳ୍ପନା ନାୟକ, କୁସୁମ ତିରିୟା, ମଧୁସ୍ମିତା ବେହେରା ଦଳାଇ, ମେଘନା ପାଢ଼ୀ, ପୂଜାରଣୀ ଦାସ, ରାଣୀ କୁମାରୀ ପ୍ରସାଦ, ଶାରଦା ମହନନ୍ଦ, ସୂର୍ଯ୍ୟସାନ୍ତା ସ୍ବାଇଁ, ସ୍ବର୍ଣ୍ଣଲତା ନାୟକ, ତନ୍ମୟୀ ବେହେରା, ତନବୀ ରଂଜନା ଓ ତରଣା ପ୍ରଧାନ ଦଳରେ ସ୍ଥାନ ପାଇଛନ୍ତି ।
📱 Get Argus News App
✨ଉଭୟ ବ୍ୟାଟିଂ ଓ ବୋଲିଂ ଦିଗରେ ବେଶ୍ ମଜଭୁତ ରହିଛି ଟିମ୍ । ଆସନ୍ତା ୧୦ ତାରିଖରେ ଓଡ଼ିଶା ମହିଳା ଟିମ୍ ତାର ପ୍ରଥମ ମ୍ୟାଚରେ ଜମ୍ମୁ କାଶ୍ମୀରକୁ ଭେଟିବ । ବିସିସିଆଇର ଏହି ୨୩ ବର୍ଷରୁ କମ୍ ପ୍ରତିଯୋଗିତା ଯାହା ଟି-୨୦ ଫର୍ମାଟରେ ଖେଳାଯିବ । ସେଥିରେ ଓଡ଼ିଶା ନିଶ୍ଚୟ ଭଲ କରିବ ବୋଲି ଆଶା ରଖିଛି ଓଡ଼ିଶା କ୍ରିକେଟ ସଙ୍ଘ ।

