Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଛୁଟିରେ ଘରକୁ ଯିବାବେଳେ ଓଲଟିପଡିଲା ଗାଡି, ୧୭ ଯବାନ ଆହତ 

Odisha

ଛୁଟିରେ ଘରକୁ ଯିବାବେଳେ ଓଲଟିପଡିଲା ଗାଡି, ୧୭ ଯବାନ ଆହତ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଛୁଟିରେ ଘରକୁ ଯିବାବେଳେ ଓଲଟିପଡିଲା ଗାଡି, ୧୭ ଯବାନ ଆହତ 

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ନାରାୟଣପୁର ଜିଲ୍ଲାରେ ଛୁଟିରେ ଘରକୁ ଫେରୁଥିବା ବେଳେ ବିଏସଏଫ ଯବାନଙ୍କ ଗାଡି ଓଲଟି ପଡିଛି। ଏଥିରେ ୫ ଜଣ ଯବାନ ଗୁରୁତର ହୋଇଥିବା ବେଳେ ୧୨ ଜଣ ଯବାନ ଆହତ ହୋଇଛନ୍ତି। ଗୁରୁତର ଯବାନଙ୍କୁ ରାୟପୁର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ନାରାୟଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ଜଣଙ୍କୁ ଚିକିତ୍ସା କରାଯାଉଥିବା ବେରଳେ ନାରାୟଣପୁର ଏସପି ପୁଷ୍କର ଶର୍ମା ସେଠାରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

ସୂଚନା ଅନୁଯାୟୀ, କାଙ୍କେର ଜିଲ୍ଲାର ଅନ୍ତାଗଡ ଥାନା ଅଞ୍ଚଳରେ ୧୬୨ ବାଟାଲିଆନ୍ ବିଏସଏଫ କ୍ୟାମ୍ପରେ ଯବାନମାନେ ନିୟୋଜିତ ଥିଲେ। ଆଜି ଦିନବେଳା ୧୭ ଜଣ ଯବାନ ଛୁଟିରେ ଘରକୁ ଯିବା ପାଇଁ ରେଳ ଷ୍ଟେସନକୁ ଗୋଟିଏ ଗାଡିରେ ଯାଉଥିଲେ। ନାରାୟଣପୁର ଜିଲ୍ଲାର ରାୱାଘାଟ ଥାନା ଅଞ୍ଚଳରେ ବ୍ରେକ ଫେଲ ଯୋଗୁଁ ଭାରସାମ୍ୟ ହରାଇ ଗାଡିଟି ଦୁର୍ଘଟଣା ଘଟିଥିଲା। ଯାହାଫଳରେ ସମସ୍ତ ଯବାନମାନେ ଆହତ ହୋଇଥିଲେ। ସମସ୍ତ ଯବାନଙ୍କୁ ନାରାୟଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା। ୫ ଜଣ ଯବାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାୟପୁର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
17 BSF jawan injured in overturned vehicle while going home on leave | Argus English