|
logo
Live

Argus News - ଛାଡାବାନ୍ତି ଆତଙ୍କ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ତଦନ୍ତ ଆରମ୍ଭ

Odisha

ଛାଡାବାନ୍ତି ଆତଙ୍କ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ତଦନ୍ତ ଆରମ୍ଭ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଛାଡାବାନ୍ତି ଆତଙ୍କ,  ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ତଦନ୍ତ ଆରମ୍ଭ

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ୧୪ ନଂ ୱାର୍ଡର ପୁରୁଣାରେକୁଳା ଗାଁ ଶବରସାହିରେ ଝାଡାବାନ୍ତିରେ ୧୫ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ମାନଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ପାନୀୟ ଜଳ କିମ୍ବା ଖାଦ୍ୟରୁ ଏପରି ଝାଡ଼ାବାନ୍ତି ବ୍ୟାପିଥିବା ତାହା ସ୍ପଷ୍ଟ ହୋଇନାହିଁ । ଘଟଣା ସ୍ଥଳରେ ଢେଙ୍କାନାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ତେବେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି ।

ପୁରୁଣାରେକୁଳା ଗାଁ ଶବରସାହିରେ ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଜ୍ୟୋତିଷ ମହାପାତ୍ର ,ମାଇକ୍ରୋ ବାଇଲୋଜିଷ୍ଟ ଡାକ୍ତର ନିଲିମା ଦାସ ପହଞ୍ଚି ପାଣିର ସାମ୍ପୁଲ ସଂଗ୍ରହ କରିବା ସହ ଝାଡ଼ାବାନ୍ତିର କାରଣ ଓ ନିରାକରଣ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଏ ନେଇ ସାହିର ସମସ୍ତ ପରିବାରକୁ ଯାଇ ସ୍ୱାସ୍ଥ୍ୟ ବିଭାଗ ଯାଞ୍ଚ ଆରମ୍ଭ କରିଦେଇଛି । ତେବେ ପ୍ରତିବର୍ଷ ଗାଁରେ ଝାଡ଼ାବାନ୍ତି ବ୍ୟାପୁଥିବା ନେଇ ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏ ନେଇ ସଚେତନତା ଓ ସତର୍କତା ଅବଲମ୍ବନ କରିବାକୁ ଏଡିଏମଓ ନିବେଦନ କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଛାଡାବାନ୍ତି ଆତଙ୍କ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ତଦନ୍ତ ଆରମ୍ଭ | Argus English