Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପାରାକୁ ହତ୍ୟା ନେଇ ଥାନାରେ ଅଭିଯୋଗ

Odisha

ପାରାକୁ ହତ୍ୟା ନେଇ ଥାନାରେ ଅଭିଯୋଗ

Smruti Parija
Browse all articles by Smruti Parija
·2 years ago·1 min read
ପାରାକୁ ହତ୍ୟା ନେଇ ଥାନାରେ ଅଭିଯୋଗ

ଜଗତସିଂହପୁର:  ପାରାକୁ ହତ୍ୟା ନେଇ ଥାନାରେ ଅଭିଯୋଗ । ଗୋଟିଏ କି ଦୁଇଟି ପାରା ନୂହେଁ ଏକାବେଳେ ମାରିଦେଲେ 12 ଟି ପାରା । ଆଉ ଘଟଣା ଏବେ ଆସି ପାରାଦୀପ ଆଦର୍ଶ ଥାନାରେ । ଯାହାକୁ ନେଇ ବନ୍ଦର ନଗରୀ ପାରାଦୀପରେ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । 

ପାରାଦୀପ ତାରେଣୀଗଡ଼ାର ଅମର ବାରିକ । ଦୀର୍ଘଦିନ ହେବ ଭଡାରେ ରୁହନ୍ତି ।  ପଶୁ ପକ୍ଷୀଙ୍କୁ ବହୁତ ଭଲ ପାଆନ୍ତି । ପାରା କିଣି ଆଣି ଘରେ ରଖିଥିଲେ । ଏଥିପାଇଁ ଘର ମାଲିକଙ୍କ ଅନୁମତି ମଧ୍ୟ ନେଇଥିଲେ । ହେଲେ ସେହି କୋଠାରେ ଅନ୍ୟ 6 ଜଣ ସାଙ୍ଗ ରହୁଥିଲେ । ଏବଂ ପାରା ରହିବା ନେଇ ସେମାନେ ଅମରଙ୍କୁ ଚିକେନ ଭୋଜି ଦେ ବୋଲି ଗତ କିଛିଦିନ ତଳେ ମାଗୁଥିଲେ । ଯେହେତୁ ଅମର ଘର ମାଲିକଙ୍କ ଅନୁମତି ନେଇ ସାରିଥିଲେ ସେଥିପାଇଁ ସେ ଆଉ ସେମାନଙ୍କ କଥା କୁ କର୍ଣ୍ଣପାତ କଲେନାହିଁ । 

କିନ୍ତୁ ଆଜି ଅମର ଯାଇ ଅପରାହ୍ନରେ ପହଂଚି ଦେଖିବା ବେଳକୁ ତାଙ୍କ 12 ଟି ପାରା କୁ କିଏ ମାରି ଏକ ଲମ୍ବା ଲାଇନ କରି ଶୁଆଇ ଦେଇଚି । ଯାହା ଅମରଙ୍କୁ ଏକବାର ମ୍ରିୟମାଣ କରି ପକାଇଛି । ତାଙ୍କୁ ଚିକେନ ଭୋଜି ମାଗିଥିବା ବିବେକ ଓ ସେମାନଙ୍କ 6 ଜଣ ସାଙ୍ଗଙ୍କ ନାମରେ ସେ ସିଧା ଆସି ପାରାଦୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ମଧ୍ୟ ଘଟଣାକୁ ଗୁରୁତର ସହ ନେବା ଓ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ  ଓଡିଶା ଖବର...

Sponsored
12-pigeon-murder has been reported to the police station-in-jagatsinghpur | Argus English