Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୧୦ ଫୁଟ୍ ଲମ୍ବର ଅଜଗର ଉଦ୍ଧାର

Odisha

୧୦ ଫୁଟ୍ ଲମ୍ବର ଅଜଗର ଉଦ୍ଧାର

Smruti Parija
Browse all articles by Smruti Parija
·2 years ago
୧୦ ଫୁଟ୍ ଲମ୍ବର ଅଜଗର ଉଦ୍ଧାର

ବାଲେଶ୍ୱର: ଘରେ ପଶିଲା ଅଜଗର । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ବାରବାଟିଆ ପଞ୍ଚାୟତ ଅନ୍ତର୍ଗତ ଦେବେନ୍ଦ୍ର ନାୟକଙ୍କ ଘରୁ ଏକ ଅଜଗର ସାପ ଉଦ୍ଧାର ହୋଇଛି ।  ଦେବେନ୍ଦ୍ର ନାୟକଙ୍କ ବାଡ଼ିରେ ଘେରା ଯାଇଥିବା ଜାଲରେ ଏକ ବିରାଟକାୟ ସାପ ଛନ୍ଦି ହୋଇଥିବା ଦେଖି ପରିବାର ଲୋକେ ଓ ସ୍ଥାନୀୟ ଗ୍ରାମବାସୀମାନେ ଭୟଭୀତ ହୋଇ କୌଣସି ଉପାୟ ନପାଇ ବନ ବିଭାଗକୁ ଖବର ଦେଇଥିଲେ । 

ବନବିଭାଗ ପହଞ୍ଚି ସାପଟିକୁ ଉଦ୍ଧାର କରି ଜଳେଶ୍ୱରସ୍ଥିତ ରାଇବଣିଆ ଜଙ୍ଗଲରେ ଛାଡ଼ି ଥିବା ଜଣାପଡ଼ିଛି । ସାପଟିର ଲମ୍ବ ୧୦ ଫୁଟ୍ ହୋଇଥିବାବେଳେ ଓଜନ ୧୩ କିଲୋରୁ ଉର୍ଦ୍ଧ୍ୱ ହୋଇଥିବା ଜଣାପଡିଛି । ତେବେ ଭୋଗରାଇ ଅଞ୍ଚଳରେ ବାରମ୍ବାର ଏଭଳି ଅଜଗର ସାପ ବାହାରିବାକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ।

୮ଫୁଟର ଅଜଗର ସାପ ଉଦ୍ଧାର କଲେ ଦୁଇ ଯୁବକ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
10 feet long python rescued-at-baleswar-bhogorai | Argus English