Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶିଳ୍ପ ନାଁରେ ୧୦ ହଜାର ଏକର ଜମି ଲୁଟ୍‌ !

Odisha

ଶିଳ୍ପ ନାଁରେ ୧୦ ହଜାର ଏକର ଜମି ଲୁଟ୍‌ !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଶିଳ୍ପ ନାଁରେ ୧୦ ହଜାର ଏକର ଜମି ଲୁଟ୍‌ !

ଅର୍ଗସ ବ୍ୟୁରୋ: ରାଜ୍ୟରେ ଶିଳ୍ପ ବଢିଲେ ନିଯୁକ୍ତି ବଢିବ, ରୋଜଗାର ବଢିବ । ବେରୋଜଗାରୀ କମିବ । କିଛି ଏମିତି ସଂକଳ୍ପ ନେଇ ୨୦୧୬ ମସିହାରେ ଆରମ୍ଭ ହୋଇଥିଲା ମେକ-ଇନ-ଓଡିଶା କନକ୍ଲେଭ । ପୂରା ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଲାଗି ଅନେକ ଜିଲ୍ଲାରେ କମ୍ପାନୀମାନଙ୍କୁ ଯୋଗାଇ ଦିଆଯାଇଛି ଜମି । ହେଲେ ଜମି ଦିଆଯିବା ପରେ କେତେ ଲୋକଙ୍କୁ ନିଯୁକ୍ତି ମିଳିଛି ? କେତେ ମାତ୍ରାରେ ନିଯୁକ୍ତି ସୃଷ୍ଟି ହୋଇଛି ତାହାକୁ ନେଇ ପ୍ରଶ୍ନ ଉଠିଛି ।

ମେକ-ଇନ-ଓଡ଼ିଶା ପାଇଁ କେବଳ ଗତ ୧୮ ମସିହାରୁ ୨୪ ମସିହା ମଧ୍ୟରେ କେବଳ ଯାଜପୁର ଜିଲ୍ଲାରେ ୮୮ କମ୍ପାନୀକୁ ମୋଟ୍‌ ୧୦, ୨୧୬ ଏକର ଜମି ଯୋଗାଇ ଦିଆଯାଇଛି । କିନ୍ତୁ ଏତେ ପରିମାଣରେ ଜମି ଯୋଗାଇ ଦିଆଯିବା ପରେ କେତେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ? କେତେ କମ୍ପାନୀ ନିର୍ମାଣ ହୋଇଛି ? ସେନେଇ କିନ୍ତୁ କୌଣସି ତଥ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇନାହିଁ । ଯଦି ସରକାର ୮୮ କମ୍ପାନୀକୁ ଜମି ଯୋଗାଇ ଦେଇଛନ୍ତି ତେବେ ଏଯାଏଁ କାହିଁକି ସ୍ପଷ୍ଟ କରୁନାହାନ୍ତି କେତେ ମାତ୍ରାରେ ମିଳିଛି ନିଯୁକ୍ତି ସୁଯୋଗ । ଏଥିରୁ ଗୋଟିଏ କଥା ଜଳଜଳ ହୋଇ ଦିଶୁଛି କି ମେକ-ଇନ-ଓଡ଼ିଶା ନାଁରେ ଜମି ଦଲାଲ କରିଛନ୍ତି ରାଜ୍ୟ ସରକାର । 

୨୦୧୬ ମସିହାରେ ପ୍ରଥମେ ମେକ-ଇନ୍  ଓଡ଼ିଶା କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଶୁଭାରମ୍ଭ କରିଥିଲେ । ଏହା ପରେ ଆହୁରି ଦୁଇଟି ୨୦୧୮ ଓ ୨୦୨୨ରେ ଆହୁରି ଦୁଇଟି କନକ୍ଲେଭ ହୋଇଛି । କନକ୍ଲେଭର ଉଦ୍ଦେଶ୍ୟ ଥିଲା କେମିତି ବାହାରୁ କମ୍ପାନୀ ଆସିବେ ଏବଂ ଏଠାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ । ହେଲେ ପୂରା ରାଜ୍ୟରେ ମେକ ଇନ ଓଡ଼ିଶା ନାଁରେ କେମିତି କମ ଦାମରେ କମ୍ପାନୀକୁ ଜମି ଟେକି ଦେଲେ ରାଜ୍ୟ ସରକାର ତାହାକୁ ନେଇ ଏବେ ତେଜିଲାଣି ରାଜନୀତି । ଏମିତିକି କନକ୍ଲେଭ ନାଁରେ ଜାଣିଶୁଣି ଜମି ଦଲାଲ କରିଛନ୍ତି ରାଜ୍ୟ ସରକାର ବୋଲି ଅନେକ କହିଲେଣି । ମୋଟ୍‌ ଉପରେ ମେକ-ଇନ-ଓଡିଶାରେ ବଡ଼ ସ୍କାମ ହୋଇଥିବା କଥା ବି କୁହାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ଡିସେମ୍ବର ୫ରେ ବହୁ ଆଡ଼ମ୍ବରରେ ଶେଷ ହୋଇଥିଲା ମେକଇନ ଓଡ଼ିଶାର ତୃତୀୟ ସଂସ୍କରଣ । ଏହାଦ୍ଵାରା ରାଜ୍ୟକୁ ୧୦ ଲକ୍ଷ ୪୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆସିବା ସହ ୧୦ ଲକ୍ଷ ୩୭ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ସୃଷ୍ଟି ହୋଇ ପାରିବ ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର । ମାତ୍ର ସରକାରଙ୍କ ପୂର୍ବ ଟ୍ରାକ ରେକର୍ଡକୁ ଦେଖିଲେ ତୃତୀୟ ସଂସ୍କରଣର ବାସ୍ତବତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।  କାରଣ  ୨ଟି ସଂସ୍କରଣରେ ଆସିଥିବା ମୋଟ ୨୮୬ଟି ଆଗ୍ରହ ପ୍ରସ୍ତାବ ମଧ୍ୟରୁ ୧୬୪ଟି ପ୍ରସ୍ତାବକୁ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ ମିଳିଥିଲା।  ହେଲେ ସେଥିରୁ ମାତ୍ର ୧୬ଟି ବୃହତ ଶିଳ୍ପ ସ୍ଥାପନ ହୋଇ ଆଂଶିକ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ଆଉ ଏଥିରେ କୌଣସି ବି ବିଦେଶୀ ପୁଞ୍ଜିନେବଶକାରୀ ସଂସ୍ଥା ନାହାନ୍ତି ।  ଆଶ୍ଚର୍ଯ୍ୟର କଥା , କେବଳ ୫ ହଜାର ୬୭୫ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଥିବା ବେଳେ  ୫ ହଜାର ୮୭୮ଟି ନିଯୁକ୍ତି ସୃଷ୍ଟିର ଆକଳନ କରାଯାଇଛି । ସେହିଭଳି ୪୮, ୬୪୯ ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ୟୁନିଟରୁ ୧୧,୨୭୯ଟି ବନ୍ଦ ହୋଇଛି । ସାଙ୍ଘାତିକ କଥା ହେଲା,  ଶିଳ୍ପସଂସ୍ଥା ଲାଗି ଦିଆଯାଇଥିବା ସରକାରୀ ଜମିକୁ ବନ୍ଧକ ରଖି ଅନେକ ଶିଳ୍ପସଂସ୍ଥା ଋଣ ନେଇ ଯାଇଥିବା ବି ସାମ୍ନାକୁ ଆସିଛି । ତେବେ ମେକ-ଇନ-ଓଡ଼ିଶାରେ ରାଜ୍ୟରେ କେମିତି ଜମି ସ୍କାମ ହୋଇଛି ତାହା କିନ୍ତୁ ସ୍ପଷ୍ଟ ଜଣାପଡୁଛି ।
 


 

Sponsored
Make In Odisha | Argus English