|
logo
Live

Argus News - ଅନ୍ଧବିଶ୍ୱାସ; ମଣିଷ ଖପୁରୀକୁ ପୂଜାର୍ଚ୍ଚନା କରୁଛନ୍ତି ଲୋକେ

Odisha

ଅନ୍ଧବିଶ୍ୱାସ; ମଣିଷ ଖପୁରୀକୁ ପୂଜାର୍ଚ୍ଚନା କରୁଛନ୍ତି ଲୋକେ

Smruti Parija
Browse all articles by Smruti Parija
·2 years ago·1 min read
ଅନ୍ଧବିଶ୍ୱାସ; ମଣିଷ ଖପୁରୀକୁ ପୂଜାର୍ଚ୍ଚନା କରୁଛନ୍ତି ଲୋକେ

ଢେଙ୍କାନାଳ: ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ମଣିଷ । ମୃତ ଲୋକର ଖପୁରୀକୁ ନେଇ ଶ୍ମଶାନରେ ଚାଲିଛି ତନ୍ତ୍ର ସାଧନା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଗାଁ ରାମିଆଳ ନଦୀ ପଠାରେ ଥିବା ଶ୍ମଶାନରେ କେହି ଅସାଧୁ ମଣିଷର ଖପୁରୀ ରଖି ତନ୍ତ୍ର ସାଧନା କରୁଥିବାର ଦେଖିବାକୁ ମିଳିଛି । 

ଆଜି ବି ଅନ୍ଧ ବିଶ୍ୱାସ ଓ କୁସଂସ୍କାରରେ ଜଡିତ ରହିଛି ମଣିଷ । ହୀନ ମାନସିକତା ଯୋଗୁଁ ବିଜ୍ଞାନ ଯୁଗରେ ତନ୍ତ୍ର ଓ ମନ୍ତ୍ର ସାଧନା ଉପରେ ଭରସା କରୁଛନ୍ତି । ଏଭଳି ଖପୁରୀକୁ ନେଇ ପୂଜାର୍ଚ୍ଚନା କରିବା ନିହାତି ପକ୍ଷେ ଅଞ୍ଚଳବାସୀ ଉପରେ ବଡ଼ ପ୍ରଭାବ ପଡିଛି । ଲୋକମାନେ ମଣିଷ ଖପୁରୀକୁ ପୂଜାର୍ଚ୍ଚନା କରାଯାଉଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ଗ୍ରାମବାସୀ । ତେବେ ଗତ ଜୁନ ମାସ ୧୫ ତାରିଖ ଦିନ ଆଳତୁମା ଗାଁର ଦ୍ରୌପଦୀ ନାଥଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ମୃତଦେହକୁ ପରିବାର ଲୋକେ ବିଧି ବିଧାନ ଅନୁଯାୟୀ ରାମିଆଳ ନଦୀ କୂଳରେ ଥିବା ତାଙ୍କ ଜମିରେ ପୋତି ଦେଇଥିଲେ । 

ଏବେ କେହି ଅସାଧୁ ତାଙ୍କ ପୋତା ଯାଇଥିବା ଶରୀରକୁ ବାହାର କରି ସେଠାରେ ନୂଆ ଲୁଗା, ସିନ୍ଦୁର, ଧୂପ, ଦୀପ ,ଚାଉଳ ଓ ଫୁଲ ଦେଇ ପୂଜାର୍ଚ୍ଚନା କରିଥିବାର ଦେଖିବାକୁ ମିଳିଛି । ଏ ନେଇ ଆଳତୁମା ଗାଁରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଅପରାଧ ଖବର...
 

Sponsored
ଅନ୍ଧବିଶ୍ୱାସ; ମଣିଷ ଖପୁରୀକୁ ପୂଜାର୍ଚ୍ଚନା କରୁଛନ୍ତି ଲୋକେ | Argus English