ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ । ଗତକାଲି 5t ଅଧକ୍ଷ ଭିକେ ପାଣ୍ଡିଆନ ଧାମନଗର ନିର୍ବାଚନ ମଣ୍ଡଳୀର ଅସୁରାଳୀରେ ସଭାକାର୍ଯ୍ୟରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ଷେପ କରିବାକୁ ନେଇ ଜବାବ ଦେଇଛନ୍ତି ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ । ସାମ୍ବାଦିକ ସମ୍ମିଳନୀରେ 5t ଅଧ୍ୟକ୍ଷ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ସୁରଜ ।
ସରକାରୀ ମଞ୍ଚରେ ରାଜନୈତିକ ମନ୍ତବ୍ୟକୁ ହାସ୍ୟାସ୍ପଦ କହିବା ସହ ଚାନ୍ଦବାଲିକୁ - 350 କୋଟି, ଭଦ୍ରକକୁ 250 କୋଟି ଅନୁଦାନ ଦେଇଥିବା ବେଳେ ଧାମନଗରକୁ କାହିଁକି 100 କୋଟି ଟଙ୍କା ଅନୁଦାନ ଦିଆଯାଇଛି ବୋଲି । ଏହାସହ 22 କୋଟିରେ ନଦୀବନ୍ଧ ନିର୍ମାଣ ଯୋଜନାକୁ ପ୍ରହସନ କହିଛନ୍ତି ବିଧାୟକ । ଧାମନଗରକୁ ବନ୍ୟା ଦାଉରୁ ରକ୍ଷା କରାଯାଉ । ବୈତରଣୀ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରାଯାଉ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ଷେପ କରିବା ଉଚିତ୍ ନୁହେଁ ବୋଲି ଚେତାଇ ଦେଇଛନ୍ତି ବିଧାୟକ ।
ଆହୁରି ପଢନ୍ତୁ ଓଡିଶା ଖବର...