Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପାଣ୍ଡିଆନଙ୍କ ପାଇଁ ପୁଣି ଘୁଞ୍ଚିଲା ପରୀକ୍ଷା

Odisha

ପାଣ୍ଡିଆନଙ୍କ ପାଇଁ ପୁଣି ଘୁଞ୍ଚିଲା ପରୀକ୍ଷା

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ପାଣ୍ଡିଆନଙ୍କ ପାଇଁ ପୁଣି ଘୁଞ୍ଚିଲା ପରୀକ୍ଷା

Key Points

  • ପାଣ୍ଡିଆନଙ୍କ ପାଇଁ ପୁଣି ଘୁଞ୍ଚିଲା ପରୀକ୍ଷା
  • ବାତିଲ ହେଲା ସମ୍ବଲପୁର ଜିଏମ୍ ୟୁନିଭରସିଟିର ପରୀକ୍ଷା 
  • କାହିଁକି ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ନବୀନ ବାବୁ ?

ଅର୍ଗସ ବ୍ୟୁରୋ: ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ । ଏ ନାରା କେବଳ ଲୋକଙ୍କୁ ଦେଖାଇବାକୁ । ପ୍ରକୃତରେ ବିଜେଡି ସରକାର ଚାହେଁନି କି ପିଲାମାନେ ଭଲରେ ପଢନ୍ତୁ । ଆଉ ନୁହେଁ ତ କଣ ? ପାଣ୍ଡିଆନଙ୍କ ଗସ୍ତ ପାଇଁ କେମିତି ପରୀକ୍ଷା ବାତିଲ ହେଲା ବୋଲି କଲେଜ କର୍ତ୍ତୃପକ୍ଷ ନୋଟିସ ଜାରି କରିଛନ୍ତି । ତେବେ ସରକାରୀ କାର୍ଯ୍ୟକ୍ରମ ପାଇଁ ପିଲାଙ୍କ ଭବିଷ୍ୟତ ସହ କାହିଁକି ଖେଳୁଛନ୍ତି ରାଜ୍ୟ ସରକାର ?

ଏବେ ପୁଣି ଥରେ ରାଜ୍ୟୱାରୀ ଗସ୍ତ କରୁଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । କେଉଁଠି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ତ ଆଉ କେଉଁଠି ନୂଆ ଓ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ହେଲେ ପାଣ୍ଡିଆନଙ୍କ ପୋଗ୍ରାମ ଲାଗି ଯେମିତି ଭାବରେ ପିଲାଙ୍କ ପରୀକ୍ଷା ଘୁଞ୍ଚିଲା ତାହାକୁ ନେଇ ସମ୍ବଲପୁରରେ ତେଜିବାରେ ଲାଗିଲାଣି ଅସନ୍ତୋଷ । ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଜିଏମ୍ ୟୁନିଭରସିଟିରେ ପରୀକ୍ଷା ହେବାର ଥିଲା। ହେଲେ ଆସନ୍ତାକାଲି ସମ୍ବଲପୁର ମନ୍ଦୋଲିଆ ଗ୍ରାଉଣ୍ଡରେ ନୂଆ ଓ କାର୍ଯ୍ୟକ୍ରମ ହେବାର ଅଛି । ତେଣୁ ପରୀକ୍ଷା ଘୁଞ୍ଚାଇବାକୁ ଜିଲ୍ଲା ପରିଷଦ ପକ୍ଷରୁ ୟୁନିଭରସିଟିକୁ ଚିଠି ଲେଖାଯାଇଥିଲା । ଏହା ପରେ ସମ୍ବଲପୁର ଜିଏମ୍ ୟୁନିଭରିସିଟିର ପରୀକ୍ଷା ଘୁଞ୍ଚିଛି । ଆସନ୍ତାକାଲି ହେବାକୁ ଥିବା ପରୀକ୍ଷା ୨୪ ତାରିଖରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । 

ତେବେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ବହୁତ ଭିଡ଼ ହେବାର ସମ୍ଭାବନା ଥିବାରୁ ଯେଉଁ ଛାତ୍ରଛାତ୍ରୀ SAMS ପୋର୍ଟାଲରେ ପଂଜୀକୃତ ହୋଇଥିବେ, କେବଳ ସେମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ବୋଲି ଜିଲ୍ଲା ପରିଷଦ ସମ୍ବଲପୁର ପକ୍ଷରୁ କୁହାଯାଇଛି । ତେବେ ଫାଇଭ-ଟି ଅଧ୍ୟକ୍ଷଙ୍କ ଗସ୍ତକୁ ନଜରରେ ରଖି ଯେମିତି ଭାବରେ ପରୀକ୍ଷୀ ଘୁଞ୍ଚିଲା ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

(ସମ୍ବଲପୁରରୁ ମଳୟ ଭୋଇଙ୍କ ରିପୋର୍ଟ)
 

Sponsored
BJD Leader VK Pandian | Argus English