Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଧାନ ବିଲରୁ ମିଳିଲା ଦନ୍ତା ହାତୀର ମୃତଦେହ, କାରଣ ଅସ୍ପଷ୍ଟ

Odisha

ଧାନ ବିଲରୁ ମିଳିଲା ଦନ୍ତା ହାତୀର ମୃତଦେହ, କାରଣ ଅସ୍ପଷ୍ଟ

Smruti Parija
Browse all articles by Smruti Parija
·2 years ago
ଧାନ ବିଲରୁ ମିଳିଲା ଦନ୍ତା ହାତୀର ମୃତଦେହ, କାରଣ ଅସ୍ପଷ୍ଟ

କେନ୍ଦୁଝର: ଧାନ ବିଲରୁ ମିଳିଲା ଦନ୍ତା ହାତୀର ମୃତଦେହ । ତେଲକୋଇ ବନାଞ୍ଚଳ ଗୋଳାବନ୍ଧ ସେକ୍ସନ ସଲେଇକେନା ପଞ୍ଚାୟତ ଭାଡିମରା ଜୁଆଙ୍ଗ ସାହିରେ ଏକ ଧାନ ବିଲ ମଧ୍ୟରୁ ମିଳିଛି ଦନ୍ତା ହାତୀର ମୃତଦେହ । ତିନି ଦନ୍ତାହାତୀ ମଧ୍ୟରେ ସଂଘର୍ଷ ହୋଇ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଯେହେତୁ ବର୍ତ୍ତମାନ ହାତୀମାନଙ୍କର ମିଳନର ସମୟ । ମାଇହାତୀଙ୍କ ସହିତ ମିଳନ ପାଇଁ ଦନ୍ତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇ ସଂର୍ଘଷ ହୋଇଥାଏ । ସେହି କାରଣରୁ ମୃତ୍ୟୁ ଘଟିଥିବା ପାରିପାର୍ଶ୍ବିକ ଅବସ୍ଥାରୁ ଅନୁମାନ କରାଯାଉଛି । ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ବନବିଭାଗ ପ୍ରକାଶ କରିଛି ।
 

ଲୋପ ପାଇଯିବେ କି କୁଲଡିହାରୁ ହାତୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
elephant-deadbody-recovered-in-keonjhar | Argus English