Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଶ୍ଚର୍ଯ୍ୟ: ମହିଳାଙ୍କର ତିନୋଟି କିଡନୀ...

National

ଆଶ୍ଚର୍ଯ୍ୟ: ମହିଳାଙ୍କର ତିନୋଟି କିଡନୀ...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଶ୍ଚର୍ଯ୍ୟ: ମହିଳାଙ୍କର ତିନୋଟି କିଡନୀ...

ଅର୍ଗସ ବ୍ୟୁରୋ:  ଦୁଇଟି ନୁହେଁ, ତିନୋଟି କିଡନୀ। ମାନେ ଜଣେ ମହିଳାଙ୍କର ଅଛି ତିନୋଟି କିଡନୀ। କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ଏପରି ଖବର ସାମ୍ନାକୁ ଆସିଛି ବିହାରରୁ। ସାଧାରଣତଃ ସବୁ ମଣିଷଙ୍କର ୨ଟି କିଡନୀ ରହିଥାଏ । ହେଲେ ଜଣେ ମହିଳାଙ୍କର ୨ ନୁହେଁ ୩ଟି କିଡନୀ ରହିଛି । ଏହା ଶୁଣିଲା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯାଉଥିବେ।

ବିହାର ଅନ୍ତର୍ଗତ ଶ୍ରୀପୁର ସୁଖାସନ ଗ୍ରାମର ସୁନୀଲ କୁମାର ଶାହଙ୍କ ୨୫ ବର୍ଷୀୟା ପତ୍ନୀ ପୁଷ୍ପା କୁମାରୀଙ୍କର ରହିଛି ୩ଟି କିଡନୀ । ଡାକ୍ତର ନୀରଜ କହିଛନ୍ତି ଦୀର୍ଘଦିନ ଧରି ପୁଷ୍ପା କୁମାରୀ ୟୁରେଟରରେ ଷ୍ଟୋନ ସମସ୍ୟାରେ ପୀଡିତ ଥିଲେ । ହସ୍ପିଟାଲ ଆସିବା ପରେ ତାଙ୍କର ଅଲଟ୍ରାସାଉଣ୍ଡ କରାଯାଇଥିଲା । କିନ୍ତୁ ଏଥିରେ ତାଙ୍କ ସମସ୍ୟା ଧରାପଡି ନ ଥିଲା । ଏହାପରେ ମହିଳାଙ୍କର ଆଇଭିପି ଟେଷ୍ଟ କରାଯାଇଥିଲା । ଏହି ଟେଷ୍ଟରେ କିଡନୀର ସ୍ପଷ୍ଟ ଚିତ୍ର ନଜର ଆସିଥିଲା । ଏହି ଯାଞ୍ଚରୁ ଜଣାପଡିଥିଲା କି ମହିଳାଙ୍କର ୩ ଟି କିଡନୀ ରହିଛି ।

ନୀରଜ ହେଉଛନ୍ତି ସୁପୋଲ ସହର କିଶନପୁର ରୋଡ୍ ସ୍ଥିତ ସିଦ୍ଧାର୍ଥ ଲାପ୍ରୋସ୍କୋପିକ ସର୍ଜରୀ ହସ୍ପିଟାଲର ୟୁରୋ ସର୍ଜନ ଡାକ୍ତର।  ଏହି ପ୍ରକାର କେସ୍ ବିଷୟରେ ସେ କେବଳ ପୁସ୍ତକରେ ପଢିଥିଲେ ବୋଲି ଡାକ୍ତର କୁହନ୍ତି। ମହିଳାଙ୍କ ଡାହାଣ ପଟେ ୨ଟି କିଡନୀ ଥିଲା । ଏହି ୨ କିଡନୀ ପରସ୍ପର ସହ ଜଏଣ୍ଟ ହୋଇଥିଲା । ଏହାପରେ ଲାପ୍ରୋସ୍କୋପିକ୍ ଅପରେସନ କରାଯାଇ ମହିଳାଙ୍କ କିଡନୀରୁ ଷ୍ଟୋନ କଢାଯାଇଥିଲା । ଏବେ ମହିଳା ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । କିନ୍ତୁ ଏପରି ଘଟଣା ସମ୍ପୂର୍ଣ୍ଣ ନୂଆ ଏବଂ ବିରଳ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଦେଶ ଖବର:
 

Sponsored
Woman discovers she has three kidneys | Argus English