Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏବେ ଆପଣ କେଉଁଠିକୁ ଯିବେ ? ଲାକ୍ଷାଦ୍ୱୀପ ନା ମାଳଦ୍ୱୀପ

National

ଏବେ ଆପଣ କେଉଁଠିକୁ ଯିବେ ? ଲାକ୍ଷାଦ୍ୱୀପ ନା ମାଳଦ୍ୱୀପ

Smruti Parija
Browse all articles by Smruti Parija
·2 years ago·3 min read
ଏବେ ଆପଣ କେଉଁଠିକୁ ଯିବେ ? ଲାକ୍ଷାଦ୍ୱୀପ ନା ମାଳଦ୍ୱୀପ

ଅର୍ଗସ ବ୍ୟୁରୋ: ଇଏ ନୂଆ ଭାରତ । ଇଏ ବିକଶିତ ଭାରତ । ଭାରତ ଅମୃତକାଳରେ କେହି ଭାରତକୁ ତାତ୍ସଲ୍ୟ କରିପାରିବେ ନାହିଁ । ଆମକୁ ନିଚା ଦେଖାଇବାକୁ ସାହସ କରିପାରିବେ ନାହିଁ । ନଚେତ ଏହାର ମୁହଁତୋଡ ଜାବବ ଦେବାକୁ ବି ଭାରତ ପଛାଇବ ନାହିଁ । 

ଦେଶ ପ୍ରଧାନମନ୍ତ୍ରୀଙ୍କ ଅପମାନ କେବେ ବି ବରଦାସ୍ତ କରିବନି ।  ସେଥିପାଇଁ ତ ସାଧାରଣ ଜନତାଠୁ ଆରମ୍ଭ କରି ବଡ ବଡ ସେଲିବ୍ରିଟି ବିଜନେସ୍ ମ୍ୟାନ, ନେତା ମନ୍ତ୍ରୀଙ୍କ ଗୋଟିଏ ସ୍ୱର । ଭାରତରେ ଏମିତି ସ୍ଥାନ ଅଛି ଯେ ଆମକୁ ବାହାରକୁ ଯିବା ଦରକାର ନାହିଁ । 

ଅନ୍ୟପଟେ ସୋସିଆଲ୍ ମିଡିଆରେ ଏବେ ଟ୍ରେଣ୍ଡ କରୁଛି ବୟକଟ ମାଳଦ୍ବୀପ। ମାଳଦ୍ବୀପକୁ ଛୁଟି କଟାଇବାକୁ ଯିବା ପାଇଁ ଯୋଜନା କରୁଥିବା ବହୁ ସଂଖ୍ୟାରେ ଭାରତୀୟ ସେମାନଙ୍କ ଟ୍ରିପ୍ ବାତିଲ୍ କରୁଛନ୍ତି। ଭାରତୀୟ ଟ୍ରାଭେଲ୍ କମ୍ପାନୀ ଇଜ୍ ମାଇ ଟ୍ରିପ୍ ମାଳଦ୍ବୀପକୁ ସମସ୍ତ ବିମାନ ବୁକିଂ ରଦ୍ଦ କରିଛି । 

ଖାଲି ଏତିକି ନୁହେଁ ଟାଟା ଗ୍ରୁପ୍‌ ଲାକ୍ଷ୍ମାଦ୍ୱୀପ ସ୍ଥିତ ସୁହେଲି ଏବଂ କଦମାଟ ଦ୍ୱୀପପୁଞ୍ଜରେ ଦୁଇଟି ତାଜ୍ ବ୍ରାଣ୍ଡେଡ୍ ରିସର୍ଟ ତିଆରି କରିବା ନେଇ ନିଷ୍ପତ୍ତି ନେଇଛି ।

ସେପଟେ ବିଗ ବି କହିଛନ୍ତି ଉଡୁପିର ସୁନ୍ଦର ବେଳାଭୂମି ହେଉ କି ରୋଣ୍ଡିର ପାରାଡାଇଜ୍ ବିଚ୍ , ଦେଶରେ ଅନ୍ୟାନ୍ୟ ସୁନ୍ଦର ବେଳାଭୂମି ହେଉ, ଭାରତରେ ଏମିତି ଅନେକ ସ୍ଥାନ ଅଛି । ଯେଉଁଠି କିଛି ଭିତ୍ତିଭୂମି ସାହାଯ୍ୟରେ ପର୍ଯ୍ୟଟନର ଅନେକ ସମ୍ଭାବନା ରହିଛି । 

ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଗସ୍ତ ପରେ ଏବେ ଗୁଗୁଲ୍ ସର୍ଚ୍ଚ ଏବଂ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ଲାକ୍ଷାଦ୍ୱୀପ । ଆଉ ଏହି ଆଇଲ୍ୟାଣ୍ଡ୍ ଏବେ ବେଶ ପପୁଲାର ହେଇଗଲାଣି । କ'ଣ ଆପଣ ନୂଆବର୍ଷରେ winter vacation ପାଇଁ ପ୍ଲାନ୍ କରୁଛନ୍ତି କି ? 

ଏଠାର ଚିତ୍ତାକର୍ଷକ ବେଳାଭୂମି...ପ୍ରାକୃତିକ ସୌନ୍ଦର୍ଯ୍ୟ, ପାଣି ଭିତରେ ଅନୁଭୂତି ଅବିଶ୍ୱସନୀୟ ।  

ହେଲେ ଏବେ ଆପଣ କେଉଁଠିକୁ ଯିବେ ? ଲାକ୍ଷାଦ୍ୱୀପ ନା ମାଳଦ୍ୱୀପ । କଣ ଆପଣ ବି ପ୍ଲାନିଂ ରେ କିଛି ପରିବର୍ତ୍ତନ କରିଛନ୍ତି କି ? କାରଣ ମୋଦିଙ୍କ ଗୋଟିଏ ଗସ୍ତ ପରେ ଏବେ ପୁରା ଦେଶରେ ଟ୍ରାଭେଲ୍ ପ୍ଲାନିଂ ପରିବର୍ତ୍ତନ ହୋଇଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯଦି ଆପଣ ଲାକ୍ଷାଦ୍ୱୀପ ଯିବାକୁ ପ୍ଲାନ କରୁଛନ୍ତି ତେବେ କେମିତି ଯିବେ ? କେତେ ଟଙ୍କା ଖର୍ଚ୍ଚ ହେବ ? କେମିତି ପରମିଟ୍ ପାଇବେ । ପଢନ୍ତୁ...

ଯେଉଁମାନେ ଭାରତୀୟ କିନ୍ତୁ ଏଠାକାର ଲୋକାଲ୍ ଲୋକ ନୁହେଁ ସେମାନଙ୍କୁ ଏଠାକୁ ଆସିବା ପାଇଁ ହେଲେ ସମ୍ପୃକ୍ତ ଅଥରିଟିଙ୍କ ଠାରୁ ପରିମିଟ୍ ଦରକାର । 
ତେବେ ପରମିଟ୍ ପାଇଁ ଆପଣ ଅନଲାଇନ୍ ଓ ଅଫଲାଇନ୍ ରେ ଆପ୍ଲାଏ କରିପାରିବେ । 

ଅନଲାଇନ ପରମିଟ୍ ପାଇଁ ଆପଣଙ୍କୁ

(https://epermit.utl.gov.in/pages/signup) ରେ ଏକ ଆକାଉଣ୍ଟ ଖୋଲିବାକୁ ପଡିବ । ସମସ୍ତ ଡିଟେଲ୍ ଭରିବାକୁ ପଡିବ । ଏହାପରେ ଆପଣଙ୍କୁ ବୁଲିବାକୁ ଚାହୁଁଥିବା ଆଇଲ୍ୟାଣ୍ଡ୍, ଟ୍ରାଭେଲ୍ ର ତାରିଖ, ଓ ଅନ୍ୟ ଡକୁମେଣ୍ଟ ଓ ଫିସ୍  ଦେବାକୁ ପଡିବ । ଏହାପରେ ଟ୍ରାଭେଲ୍ ର 15 ଦିନ ପୂର୍ବରୁ ମେଲ୍ ମାଧ୍ୟମରେ ଆପଣଙ୍କୁ ପରମିଟ୍ ମିଳିବ ।
ଆଉ ଆପଣ ଅଫଲାଇନ୍ ମାଧ୍ୟମରେ ପରମିଟ୍ ଆଣିବାକୁ ଚାହୁଁଥିଲେ ଲାକ୍ଷାଦ୍ୱୀପର ଆଡମିନିଷ୍ଟ୍ରେସନ ୱେବସାଇଟ୍ ରୁ ଫର୍ମ ଡାଉନଲୋଡ କରି ଫିଲ୍ ଅପ୍ କରିବାକୁ ପଡିବ । ଏଥିରେ ଦରକାର ଡକୁମେଣ୍ଟ ଆଟାଚ୍ କରି କଲେକ୍ଟର ଅଫିସ୍ ରେ ସବମିଟ୍ କରିବାକୁ ପଡିବ । 

ତେବେ ଏଥିପାଇଁ ଦରକାର ପାସପୋର୍ଟ ସାଇଜ୍ ଫଟୋ
ଆଇଡି ପ୍ରୁଫ୍ ଆଧାର କାର୍ଡ ବା ଭୋଟର ଆଇଡି
ପୁଫ୍ର୍ ଅଫ୍ ଟ୍ରାଭେଲ୍ ( ଫ୍ଲାଇଟ୍ ଟିକେଟ୍ ବା ବୋଟ୍ ରିଜରଭେସନ )
ହୋଟେଲ କିମ୍ବା ରିସୋର୍ଟର ବୁକିଂ କନଫରମେସନ

ତେବେ ଅନୁମତି ପାଇବା ପାଇଁ ଆବେଦନ ଶୁଳ୍କ ପ୍ରତ୍ୟେକ ଆବେଦନକାରୀଙ୍କ ପାଇଁ 50 ଟଙ୍କା ଏବଂ 12 ରୁ 18 ବର୍ଷ ବୟସର ପିଲାମାନଙ୍କ ପାଇଁ ଐତିହ୍ୟ ଶୁଳ୍କ 100 ଟଙ୍କା । ସେହିପରି 18 ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଐତିହ୍ୟ ଶୁଳ୍କ 200 ଟଙ୍କା । 


 

Sponsored
Where will you go now? lakhsadeep or maldives | Argus English