Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜାନୁଆରୀ ୨୨ ଦିନ ଆମର ପ୍ରସବ ହେଉ...

National

ଜାନୁଆରୀ ୨୨ ଦିନ ଆମର ପ୍ରସବ ହେଉ...

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଜାନୁଆରୀ ୨୨ ଦିନ ଆମର ପ୍ରସବ ହେଉ...

ଅର୍ଗସ ବ୍ୟୁରୋ:  ଶ୍ରୀରାମ ମନ୍ଦିରର ଉଦଘାଟନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଅଯୋଧ୍ୟା ମାଟି। ଚାରିଆଡ଼େ ଦେଖିବାକୁ ମିଳୁଛି ପ୍ରଭୁ ରାମଙ୍କ ଛବି, ଶୁଣିବାକୁ ମିଳୁଛି “ଜୟ ଶ୍ରୀ ରାମ” ନାରା। ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ । ଏହି ଐତିହାସିକ ମୁହୂର୍ତ୍ତରେ ଅନେକ ଜଣ ବିଭିନ୍ନ ଶୁଭ କାମ କରିବାକୁ ମନସ୍ଥ କରିଛନ୍ତି। କେହି କେହି ସେହି ସମୟରେ ଘର ନିର୍ମାଣ କାର୍ଯ୍ୟ କରିବାକୁ ଇଚ୍ଛୁକ ଅଛନ୍ତି ତ ଆଉ କେହି ଏହି ସମୟରେ ଯାନବାହାନ କିଣିବା ପାଇଁ ସ୍ଥିର କରିଛନ୍ତି। ସେହିପରି ଅନେକ ଜଣ ଗର୍ଭବତୀ ମହିଳା ସେହି ଶୁଭ ସମୟରେ ପ୍ରସବ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।  ଗର୍ଭବତୀ ମା‘ମାନେ ସାଧାରଣତଃ ପୁରୋହିତଙ୍କ ଠାରୁ ଶୁଭ ତାରିଖ ଏବଂ ସମୟ ସମ୍ପର୍କରେ ଅବଗତ ହୋଇ ସେହି ଦିନ ପ୍ରସବ ପାଇଁ ଅନୁରୋଧ କରିଥାନ୍ତି । ହେଲେ ଏବେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ପ୍ରସବ କରାଇବା ଲାଗି ମା‘ମାନେ ଚାହୁଁଛନ୍ତି।

ତେବେ ଯେଉଁ ମହିଳାମାନଙ୍କର ପ୍ରସବ ସେହି ସମୟ ପାଖାପାଖି ରହିଛି, ସେମାନେ ଚାହୁଁଛନ୍ତି ଯେ କେବଳ ସେହି ଦିନ ସେମାନଙ୍କର ସନ୍ତାନ ଜନ୍ମ ହୁଅନ୍ତୁ। ଅନେକ ଗର୍ଭବତୀ ମହିଳା ପ୍ରସବ ପାଇଁ ସରକାରୀ ଡାକ୍ତରଖାନାର ସିଜରିଆନ ବିଭାଗରେ ଡାକ୍ତରମାନଙ୍କୁ ଏନେଇ ଅନୁରୋଧ କରିଛନ୍ତି। ସୂଚନାନୁସାରେ, ଗୋଟିଏ ଲେବର ରୁମରେ ୧୨ ରୁ ୧୪ ସିଜରିଆନ ପ୍ରସବ ପାଇଁ ସେ ଲିଖିତ ଅନୁରୋଧ ଗ୍ରହଣ କରିଛନ୍ତି। ଜାନୁଆରୀ ୨୨ ରେ ୩୫ ସିଜରିଆନ ପ୍ରସବ ପାଇଁ ବ୍ୟବସ୍ଥା କରାଯାଉଛି। ଏହା ଏକ ଶୁଭ ଦିନ ଭାବରେ ବିବେଚନା କରାଯାଉଛି। ତେଣୁ ସେମାନେ ସେହି ଦିନ ନିଜ ସନ୍ତାନଙ୍କୁ ଜନ୍ମ ଦେବାକୁ ଚାହାନ୍ତି।

ଡାକ୍ତର କହିଛନ୍ତି ଏହା ଚିନ୍ତାଜନକ ଯେ ବେଳେବେଳେ ପରିବାର ସଦସ୍ୟ ଆଶା କରନ୍ତି ଯେ ମା ଏବଂ ଶିଶୁଙ୍କ ପାଇଁ ହେଉଥିବା ଜଟିଳତାକୁ ଆମେ ଅଣଦେଖା କରିବୁ। ମାତ୍ର ଆମ ପାଇଁ ଏଭଳି କରିବା ଅସମ୍ଭବ। ପ୍ରସବ ପାଇଁ ସ୍ଥିତି ଠିକ ଥିଲେ ଆମେ ଏହା କରି ପାରିବୁ। ଏଥିରେ ପରିବାର ସଦସ୍ୟଙ୍କ ଇଛାକୁ ଗ୍ରହଣ କରାଯିବ ନାହିଁ। ଆମ ପାଇଁ ସୁରକ୍ଷିତ ପ୍ରସବ ଚିକିତ୍ସା ସର୍ବୋପରି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
'Want Child To Be Born With Ram Lalla’s Arrival': Pregnant Women's Special Request To Hospital | Argus English