|
logo
Live

Argus News - ଭିଭିଏସ୍ ଲକ୍ଷ୍ମଣ ହେବେ ଭାରତୀୟ କ୍ରିକେଟର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ

National

ଭିଭିଏସ୍ ଲକ୍ଷ୍ମଣ ହେବେ ଭାରତୀୟ କ୍ରିକେଟର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ

Jitendra Dash
Browse all articles by Jitendra Dash
·2 years ago·1 min read
ଭିଭିଏସ୍ ଲକ୍ଷ୍ମଣ ହେବେ ଭାରତୀୟ କ୍ରିକେଟର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ

ଅର୍ଗସ ବ୍ୟୁରୋ : ଅଷ୍ଟ୍ରେଲିଆଠାରୁ ବିଶ୍ବକପ୍‌ ଫାଇନାଲ୍‌ ମ୍ୟାଚ ଭାରତର ପରାଜୟ ପରେ ହୋଇଛି । ପରାଜୟ ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି । ଦ୍ରାବିଡ ତାଙ୍କ ଚୁକ୍ତିର ନବୀକରଣ ପାଇଁ ମଧ୍ୟ ଆଗ୍ରହ ଦେଖାଉନାହାନ୍ତି । 

ଅଧିକ ପଢନ୍ତୁ : ଭାରତ-ଅଷ୍ଟ୍ରେଲିଆ ଟି-୨୦ ମୁକାବିଲା, ଜିତିଲା ଭାରତ

ଦ୍ବିତୀୟ ଶ୍ରେଣୀୟ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବରେ ଥିବା ଭିଭିଏସ୍ ଲକ୍ଷ୍ମଣ ଏବେ ଭାରତୀୟ ଦଳର ପୂର୍ଣ୍ଣକାଳୀନ ପ୍ରଶିକ୍ଷକ ହୋଇପାରନ୍ତି ହେବା ପଥ ମଧ୍ୟ ପରିସ୍କାର ହୋଇଛି । ଲକ୍ଷ୍ମଣ ମଧ୍ୟ ଏହି ପଦ ନେବାକୁ ଆଗ୍ରହ ପ୍ରକାଶ କରିସାରିଛନ୍ତି ଏବଂ ଏ ସମ୍ପର୍କରେ ବିସିସିଆଇ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଗୁରୁବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ମଧ୍ୟ ଲକ୍ଷ୍ମଣ ରହିଛନ୍ତି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୨୧ରେ ରାହୁଲ ଦ୍ରାବିଡ଼ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିବା ବେଳେ ଲକ୍ଷ୍ମଣଙ୍କୁ ଏନ୍‌ସିଏର ମୁଖ୍ୟ ନିଯୁକ୍ତ କରାଯାଇଥିଲା । ପ୍ରାୟ ଦୁଇ ଦଶନ୍ଧି ଧରି ଭାରତୀୟ ଦଳର ଗସ୍ତ କରିଥିବା ଦ୍ରାବିଡ଼ଙ୍କ ପ୍ରଶିକ୍ଷଣ କାର୍ଯ୍ୟକାଳ ମଧ୍ୟରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ରୁ ବିଦାୟ, ଏସିଆ କପ୍‌ ବିଜୟ, ଦିନିକିଆ ବିଶ୍ବକପ୍‌ ଉପବିଜେତା ଏବଂ ବିଶ୍ବ ଟେଷ୍ଟ୍‌ ଚାମ୍ପିୟନସିପ୍‌ ଉପବିଜେତା ହୋଇଛନ୍ତି । 

Sponsored
ଭିଭିଏସ୍ ଲକ୍ଷ୍ମଣ ହେବେ ଭାରତୀୟ କ୍ରିକେଟର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ | Argus English