Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସଫଳ ହେଲା ରେସ୍କ୍ୟୁ ଅପରେସନ୍‌, ୪୦ ମିନିଟରେ ବାହାରିଲେ ୪୧ ଶ୍ରମିକ

National

ସଫଳ ହେଲା ରେସ୍କ୍ୟୁ ଅପରେସନ୍‌, ୪୦ ମିନିଟରେ ବାହାରିଲେ ୪୧ ଶ୍ରମିକ

Jitendra Dash
Browse all articles by Jitendra Dash
·2 years ago·2 min read
ସଫଳ ହେଲା ରେସ୍କ୍ୟୁ ଅପରେସନ୍‌, ୪୦ ମିନିଟରେ ବାହାରିଲେ ୪୧ ଶ୍ରମିକ

ଅର୍ଗସ ବ୍ୟୁରୋ : ସରିଲା ଉଦ୍ଧାର କାର୍ଯ୍ୟ, ୪୦ ମିନିଟରେ ବାହାରିଲେ ୪୧ ଶ୍ରମିକ । ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ଉତ୍ତରକାଶୀ ଟନେଲରେ ଫସି ରହିଥିଲେ ୪୧ ଜଣ ଶ୍ରମିକ । ଶ୍ରମିକମାନେ ୧୭ ଦିନ କାଳ ଟନେଲ ଭିତରେ ଫସି ରହିଥିଲେ ହେଁ ସମସ୍ତେ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛନ୍ତି । 

ତେବେ ୧୭ ଦିନ ପରେ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଟନେଲରୁ ବାହାର କରାଯାଇଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ଟ୍ୱିଟ କରି କହିଛନ୍ତି, “ଉତ୍ତରାଖଣ୍ଡ ଟନେଲରେ ଫସି ରହିଥିବା ଶ୍ରମିକମାନେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବାରୁ ମୁଁ ଅତ୍ୟନ୍ତ ଆଶ୍ୱସ୍ତି ଓ ଖୁସି ଅନୁଭବ କରୁଛି । ୧୭ ଦିନ ଧରି ଚାଲିଥିବା ଅକ୍ଲାନ୍ତ ପରିଶ୍ରମ ସଫଳ ହୋଇଛି। ଅନେକ ଘାତପ୍ରତିଘାତ ସତ୍ତ୍ୱେ ମିଶନ ସଫଳ ହୋଇଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉଦ୍ଧାରକାରୀ ଟିମକୁ ଶୁଭେଛା ଜଣାଇଛନ୍ତି । ଏହା ମାନବିକତା ଓ ଟିମ ୱାର୍କର ଚମତ୍କାର ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମୋଦି କହିଛନ୍ତି, “ଉତ୍ତରକାଶୀରେ ଆମର ଶ୍ରମିକ ଭାଇମାନଙ୍କ ରେସ୍କ୍ୟୁ ଅପରେସନର ସଫଳତା ପ୍ରତ୍ୟେକଙ୍କୁ ଭାବପ୍ରବଣ କରିବା ଦେବା ଭଳି ଘଟଣା । ଟନେଲରେ ଯେଉଁ ସାଥୀମାନେ ଫସି ରହିଥିଲେ ସେମାନଙ୍କୁ ମୁଁ କହିବାକୁ ଚାହେଁ ଯେ ଆପଣଙ୍କ ସାହାସ ଓ ଧୈର୍ଯ୍ୟ ଯେକୌଣସି ଲୋକଙ୍କୁ ପ୍ରେରଣା ଦେବ ।

Sponsored
Uttarakhand Tunnel Rescue Operation | Argus English