Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କୋଭିଡ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ

National

କୋଭିଡ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
କୋଭିଡ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ

 ଅର୍ଗସ ବ୍ୟୁରୋ : କୋଭିଡ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ । ଆତଙ୍କିତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ । ସତର୍କତା ସହ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ । ଶୀତ ଏବଂ ପାର୍ବଣ ଋତୁ ଯୋଗୁ ସତର୍କ ରହିବାକୁ ପରାମର୍ଶ ଦେଲେ । ପ୍ରତି ୩ ମାସରେ ହସ୍ପିଟାଲ ମକଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଲେ ।  

ଅଧିକ ପଢନ୍ତୁ : ଦେଶରେ ପୁଣି କୋଭିଡ୍‌ ଭୟ: କେନ୍ଦ୍ର ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ

ଆଗକୁ ନୂଆବର୍ଷ, ସଂକ୍ରମଣ ବଢିବା ଆଶଙ୍କା । ଏଥିପାଇଁ ସବୁ ରାଜ୍ୟ ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । କେରଳ ଓ କର୍ଣ୍ଣାଟକରେ ପଜିଟିଭ ପରେ କେନ୍ଦ୍ର ଗାଇଡଲାଇନ ଜାରି କରିଛି । ସେପଟେ ଆବଶ୍ୟକ ପଡ଼ିଲେ, ରାଜ୍ୟ ଜାରି କରିପାରେ ଗାଇଡଲାଇନ । ଏବେ ବି ସର୍ଭେଲାନ୍ସ ଜାରି ରହିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ  ଡାକ୍ତର ବିଜୟ ମହାପାତ୍ର । ଏବେ ଯାଏଁ ନୂଆ ଭାରିଏଣ୍ଟ ରାଜ୍ୟରେ ଚିହ୍ନଟ ହୋଇନାହିଁ । ଯଦି ଆସେ, ଜିନୋମ ସିକ୍ବେନ୍ସ ପାଇଁ ପଠାଯିବ । ଜ୍ବର, ଥଣ୍ଡା ହେଲେ ଘରୁ ନ ବାହାରିବା ସହ ଲକ୍ଷଣ ଥିଲେ ପିକ୍‌ନିକ୍ ନ ଯିବାକୁ ପରାମର୍ଶ ଦେଇଛନ୍ତି  ଡାକ୍ତର ବିଜୟ ମହାପାତ୍ର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Health Minister reviewed the Covid situation | Argus English