|
logo
Live

Argus News - ନୂଆଦିଲ୍ଲୀରେ ଉତ୍କଳିନୀ ପକ୍ଷରୁ 43 ତମ ବାର୍ଷିକ ଉତ୍ସବ ପାଳିତ

National

ନୂଆଦିଲ୍ଲୀରେ ଉତ୍କଳିନୀ ପକ୍ଷରୁ 43 ତମ ବାର୍ଷିକ ଉତ୍ସବ ପାଳିତ

Manini Pattanayak
Browse all articles by Manini Pattanayak
·2 years ago·2 min read
ନୂଆଦିଲ୍ଲୀରେ ଉତ୍କଳିନୀ ପକ୍ଷରୁ 43 ତମ ବାର୍ଷିକ ଉତ୍ସବ ପାଳିତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଉତ୍କଳିନୀ ପକ୍ଷରୁ 43 ତମ ବାର୍ଷିକ ଉତ୍ସବ ଆୟୋଜନ ହୋଇ ଯାଇଛି।  ଏହି କାର୍ଯ୍ୟକ୍ରମରେ  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଧର୍ମପତ୍ନୀ ତଥା ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ଅଧକ୍ଷା ମୃଦୁଳା ଠାକୁର ପ୍ରଧାନ ଏବଂ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ନିର୍ଦ୍ଦେଶକ  ଚିତ୍ତରଂଜନ ତ୍ରିପାଠୀ ଅତିଥି ଭାବେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମ ରେ ମୃଦୁଲା ପ୍ରଧାନ କହିଥିଲେ,  ସେବା, ସଂସ୍କାର, ସଂସ୍କୃତି ଏହି ତିନୋଟି କ୍ଷେତ୍ରରେ କାମ କରୁଛି ଉତ୍କଳିନୀ  । ଏହି ତିନୋଟି ଯେଉଁଠି ଥିବ ସେଇଠି ସୁବିଚାର ଥିବ। ଆଉ ସୁବିଚାର ଥିଲେ ଉତ୍ତମ କାମ ମଧ୍ୟ ଆପେ ଆପେ ହୋଇପାରିବ ବୋଲି ଶ୍ରୀମତି ମୃଦୁଳା ପ୍ରଧାନ କହିଥିଲେ। ଏଥିସହିତ ଏବେ ମାଣବସା ଚାଲିଛି । ମା ଲକ୍ଷ୍ମୀ ହେଉଛନ୍ତି ମହିଳା ସଶକ୍ତିକରଣ ର ପ୍ରତୀକ ବୋଲି କହିଥିଲେ ମୃଦୁଳା। ଆମେ ସମସ୍ତେ ଲକ୍ଷ୍ମୀ ପୁରାଣ ପଢ଼ୁଛୁ ସେଠି ସ୍ୱଚ୍ଛତାର ବାର୍ତ୍ତା ରହିଛି  ଏବଂ ସମାଜ ସଂସ୍କାର ର କଥା ରହିଛି ନାରୀ ସଶକ୍ତିକରଣ ମଧ୍ୟ ରହିଛି। 

ଆମେ ଓଡ଼ିଶାର ସବୁ ଉତ୍ସବକୁ  ରାଜଧାନୀ ଦିଲ୍ଲୀରେ ଆୟୋଜନ  କରିବା । ଯାହା ଦ୍ୱାରା  ବାହାର ରାଜ୍ୟର ଲୋକ ଓଡ଼ିଶାର ପରମ୍ପରା ଏବଂ ସଂସ୍କୃତି ବିଷୟରେ ଜାଣିବାକୁ ପାଇବେ।   ସେଥିପାଇଁ ଆହୁରି ଅଧିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ  ମୃଦୁଳା ଉତ୍କଳନୀ କୁ ଆହ୍ୱାନ କରିଛନ୍ତି। ଏହି ଅବସରରେ UTKALINI ତରଫରୁ ଡକ୍ଟର ପ୍ରଧାନଙ୍କ ଦ୍ୱାରା ନୋଏଡାର ଏନଜିଓ ସଂଗଠନ ସାଇକ୍ରୁପା ଦ୍ୱାରା ପରିଚାଳିତ ଏକ ଅନାଥ ଆଶ୍ରମକୁ 25000 ଟଙ୍କାର ଚେକ୍‌    ପ୍ରଦା ନ କରିଥିଲେ।  ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ନିର୍ଦ୍ଦେଶକ ଚିତ୍ତରଂଜନ ତ୍ରିପାଠୀ କହିଛନ୍ତି, “ଆମ ଶାସ୍ତ୍ର ଏବଂ ସଂସ୍କୃତି ଆମ ସମାଜରେ ମହିଳାଙ୍କ ଶକ୍ତି ବିଷୟରେ କାହାଣୀରେ ପରିପୂର୍ଣ୍ଣ।  ଓଡିଶାରେ ଯୋଗିନୀ ମନ୍ଦିରଗୁଡ଼ିକ ଓଡିଆ ସମାଜରେ ମହିଳା ସଶକ୍ତିକରଣର ସାକ୍ଷ୍ୟ ଅଟନ୍ତି। ଉତ୍କଳିନୀ ହେଉଛି ଓଡିଶାର ମହିଳାମାନଙ୍କର ଏକ ପ୍ରମୁଖ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ଯାହା  1980 ମସିହାରେ ପ୍ରତିଷ୍ଠିତ ହୋଇଥିଲା।

ଅଧିକ  ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ନୂଆଦିଲ୍ଲୀରେ ଉତ୍କଳିନୀ ପକ୍ଷରୁ 43 ତମ ବାର୍ଷିକ ଉତ୍ସବ ପାଳିତ | Argus English