Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଇଆଇଏମ୍, ମୁମ୍ବାଇର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ 

National

ଆଇଆଇଏମ୍, ମୁମ୍ବାଇର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଆଇଆଇଏମ୍, ମୁମ୍ବାଇର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ 

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଇଆଇଏମ୍, ମୁମ୍ବାଇର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗରିବ, ବଞ୍ଚିତ ବର୍ଗ ଏବଂ ମହିଳାଙ୍କ ଭାଗିଦାରୀରେ ରେକର୍ଡସଂଖ୍ୟକ ଉନ୍ନତି ହୋଇଛି। ୨୦୧୪ରେ ୩.୪୨ କୋଟି ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିଲାବେଳେ ୨୦୨୨ରେ ଏହି ସଂଖ୍ୟା ବଢି ପ୍ରାୟ ୪.୩୩ କୋଟି ହୋଇଛି। ଛାତ୍ରୀଙ୍କ ନାମଲେଖା ୧.୫୭ କୋଟିରୁ ୨.୭ କୋଟି ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।

ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀଙ୍କ ନାମଲେଖାରେ ୨୬.୫ % ବୃଦ୍ଧି ଜ୍ଞାନଭିତ୍ତିକ ସମାଜକୁ ପ୍ରତିଫଳିତ କରୁଛି। ଅମୃତ ପିଢି ସାମାଜିକ- ଅର୍ଥନୈତିକ ପରିବର୍ତ୍ତନର ଅଗ୍ରଦୂତ ହେବେ। ଆଗାମୀ ୨୫ ବର୍ଷ ପାଇଁ ବିଶ୍ୱ ଓ ସମାଜର ଥିବା ସମସ୍ୟାର ସମାଧାନ କରିବାର ଦାୟିତ୍ୱ ନେବେ । ଚାକିରି ଅନ୍ୱେଷଣରେ ନ ରହି ଯୁବପିଢିମାନେ ନିଯୁକ୍ତିଦାତା ହେବା ପାଇଁ ଚେଷ୍ଟା କରିବା ଉଚିତ୍ । ନିଯୁକ୍ତି ଦେଲେ ହି ମନରେ ଆନନ୍ଦ ଆସିବ । ଏହା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ମଧ୍ୟ ରହିଛି । ବର୍ତ୍ତମାନ ସମୟରେ ଆମକୁ ଉଦ୍ୟମିତା ସହ ନୂଆ ନୂଆ ୟୁନିକର୍ଣ୍ଣ ସୃଷ୍ଟି କରିବା ଉପରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଶ୍ରେଷ୍ଠ ମାନବ ସମ୍ବଳ ତିଆରି କରିବାରେ ଆଇଆଇଏମ, ମୁମ୍ବାଇ ଅନ୍ୟତମ କାଟାଲିଷ୍ଟ ହେବ ବୋଲି ଆଶା ପ୍ରକଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Education Minister attended the first convocation ceremony of IIM, Mumbai | Argus English