ଉତ୍ତରାଖଣ୍ଡରେ ଆସନ୍ତା ସପ୍ତାହରେ ଲାଗୁ ହେବ ଏକକ ନାଗରିକ ସଂହିତା
·2 years ago

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଆସନ୍ତା ସପ୍ତାହରେ ଲାଗୁ ହେବ ଏକକ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ୍ କୋଡ୍ । ଏଥିପାଇଁ ଦୀପାବଳି ପରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ପ୍ରସ୍ତୁତି କରୁଛନ୍ତି ଉତ୍ତରାଖଣ୍ଡ ସରକାର।
‘ୟୁନିଫର୍ମ ସିଭିଲ କୋଡ’ ଲାଗୁ କରିବାରେ ଉତ୍ତରାଖଣ୍ଡ ହେବ ଦେଶର ପ୍ରଥମ ରାଜ୍ୟ। ଅବସରପ୍ରାପ୍ତ ଜଷ୍ଟିସ ରଂଜନ ଦେଶାଇଙ୍କ ନେତୃତ୍ୱରେ ଗଠିତ ଏକ କମିଟି ଆଗାମୀ ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ। ଦୀପାବଳିର ଏକ ସପ୍ତାହ ପରେ ଉତ୍ତରାଖଣ୍ଡ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେସନ ଡକାଯିବ, ସେଠାରେ ‘ୟୁନିଫର୍ମ ସିଭିଲ କୋଡ’ ବିଲ୍ ପାରିତ ହେବ, ଏବଂ ଏହାକୁ ଆଇନଗତ ମାନ୍ୟତା ଦିଆଯିବ। ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: