ପାସ୍ ସିଷ୍ଟମ ଲାଗୁ ହେବା ପରେ ବଢୁଛି ମନ୍ଦିରର ରାଜସ୍ୱ

ଅର୍ଗସ ବ୍ୟୁରୋ: ମନ୍ଦିରରେ ଆରମ୍ଭ ହେଲା vvip ପାସ୍ । ଆଉ ପାସ୍ ସିଷ୍ଟମ ଲାଗୁ ହେବା ପରେ ବଢିଲା ମନ୍ଦିରର ଖଜାନା । ମାତ୍ର 4 ମାସରେ ମନ୍ଦିର ଟ୍ରଷ୍ଟକୁ ଆସିଲା 1 କୋଟି 16 ଲକ୍ଷ ଟଙ୍କା । ହିମାଚଳ ପ୍ରଦେଶର ଚ୍ଛିନମସ୍ତିକ ଧାମ୍ ରେ ଏହା ଦେଖିବାକୁ ମିଳିଛି । ହିମାଚଳ ପ୍ରଦେଶ ଉନ୍ନା ଜିଲ୍ଲାର ଚିନ୍ତପୂର୍ଣ୍ଣି ମନ୍ଦିରରେ ପେଡ୍ ଦର୍ଶନ କରିବାର ବ୍ୟବସ୍ଥା ଆରମ୍ଭ କରିବା ପରେ ମନ୍ଦିର ଟ୍ରଷ୍ଟର ଇନକମ୍ ବୃଦ୍ଧି ପାଇଛି ।
ତେବେ ଆପଣ ଭାବୁଥିବେ ଭିଆଇପି ପାସ୍ ମାନେ କେବଳ ଭିଆଇପି ଲୋକମାନେ ହିଁ ଯାଇପାରିବେ । ତାହା ନୁହେଁ ଜଣେ ସାଧାରଣ ଲୋକ ମଧ୍ୟ ଦେୟ ଦେଇ ଭିଆଇପି ପାସ୍ ପାଇପାରିବ । ଏବଂ ଭିଆଇପି ପାସ୍ ମାଧ୍ୟମରେ ଭଲ ଭାବରେ ଦର୍ଶନ ମଧ୍ୟ କରିପାରିବ ।
ଯୋଜନାର ନାଁ 'ସୁଗମ ଦର୍ଶନ' । ଏହି ଯୋଜନା ଅନୁସାରେ 5 ଜଣ ଲୋକ ଏକାସାଙ୍ଗରେ ଯାଇ ଭଗବାନଙ୍କ ଦର୍ଶନ କରିପାରିବେ । ଏଥିପାଇଁ ତାଙ୍କୁ କୌଣସି ଲାଇନ୍ ରେ ଛିଡା ହେବାକୁ ପଡିବନି । ହେଲେ ଏଥିପାଇଁ ତାଙ୍କୁ 1100 ଟଙ୍କା ଦେୟ ଦେବାକୁ ପିଡବ ।
ସୁଗମ ଦର୍ଶନ ପ୍ରଣାଳୀ ମାଧ୍ୟମରେ 5 ଜଣ ଲୋକଙ୍କୁ 1100 ଟଙ୍କାରେ ଏକ ପାସ୍ ଦିଆଯିବ । ଆଉ ଶ୍ରଦ୍ଧାଳୁ କୌଣସି ଭିଡରେ ନ ପଶି ଆରାମରେ ଭଗବାନଙ୍କ ଦର୍ଶନ କରିପାରିବେ । ଏହାଦ୍ୱାରା ଦିନକରେ 500 ଲୋକ ଏହାଦ୍ୱାରା ଉପକୃତ ହୋଇପାରିବେ । ଏହି ଯୋଜନା ମାଧ୍ୟମରେ ଚିନ୍ତପୂର୍ଣ୍ଣି ମନ୍ଦିର ଏ ପର୍ଯ୍ୟନ୍ତ 1 କୋଟି ଟଙ୍କା ଇନକମ୍ କରିଛି ।
ରାଜ୍ୟରେ ପ୍ରଥମେ ଏହି ମନ୍ଦିରରେ ହିଁ ପେଡ୍ ଦର୍ଶନର ବ୍ୟବସ୍ଥା ହୋଇଛି । ଯାହାଦ୍ୱାରା ଭିଡରେ ନପସି ଭିଆଇପିମାନେ ଆରାମାରେ ଦର୍ଶନ କରିପାରିବେ । ଅନ୍ୟପଟେ ମନ୍ଦିରର ରାଜସ୍ୱ ମଧ୍ୟ ବୃଦ୍ଧି ପାଉଛି ।
📱 Get Argus News App
✨
ଏହି ଦର୍ଶନ ପାଇଁ ରହିଛି 4 ଟି କାଟାଗୋରୀ ।
- ପ୍ରଥମ କାଟାଗୋରୀରେ ବିନା ଅପେକ୍ଷାରେ ଜମେ 1100 ଟଙ୍କା ଦେଲେ ଦର୍ଶନ କରିପାରିବ ।
- ଦ୍ୱିତୀୟ ଓ ତୃତୀୟ କାଟାଗୋରୀରେ 65 ବର୍ଷରୁ ଉର୍ଦ୍ଧ୍ୱ ଓ ଦିବ୍ୟାଙ୍ଗ ବ୍ୟକ୍ତି ଭିଆଇପି ଦର୍ଶନ କରିପାରିବେ । ସେଥିପାଇଁ ସେମାନଙ୍କୁ କୌଣସି ଦେୟ ଦେବାକୁ ପଡିବନି ।
- ତୃତୀୟରେ ଯଦି କୌଣସି ବ୍ୟକ୍ତି ଏହିଭଳି ଲୋକଙ୍କୁ ସାଙ୍ଗରେ ନେଇ ଦର୍ଶନ କରିବାକୁ ଯାଉଛନ୍ତି ତେବେ ସେମାନଙ୍କୁ 50 ଟଙ୍କା ଦେୟ ଦେଲେ ଭିଆଇପି ଦର୍ଶନ ମିଳିବ ।
ମନ୍ଦିର ଟ୍ରଷ୍ଟର ନିଷ୍ପତ୍ତି ଅନୁଯାୟୀ ମନ୍ତ୍ରୀ, ବିଧାୟକ, ସାଂସଦ ଓ ଅନ୍ୟ ଭିଆଇପିମାନେ ବିନା କୌଣସି ଦେୟରେ ଏହି ବ୍ୟବସ୍ଥାରେ ଦର୍ଶନ କରିପାରିବେ ।
ତେବେ ଏଥିପାଇଁ ମନ୍ଦିର ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି । ମନ୍ଦିରର 1 କିମି ପୂର୍ବରୁ ବସିବାକୁ ପଡିବ । ଏକ ଇଲେକ୍ଟ୍ରି ଚାଳିତ ଗାଡିରେ ମନ୍ଦିର ଲିଫ୍ଟ ପାଖକୁ ଅଣାଯିବ । ଦର୍ଶନ ସରିଲେ ସେହି ଗାଡିରେ ନେଇ ଛଡା ଯିବ । ଅନଲାଇନ୍ ରେ ମଧ୍ୟ ଏନେଇ ବୁକିଂ କରିହେବ ।