Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦେଶବାସୀଙ୍କ ଉଦ୍ଦେଶ୍ୟରେ  ସ୍ତମ୍ଭ ଲେଖିଲେ ପିଏମ ମୋଦି

National

ଦେଶବାସୀଙ୍କ ଉଦ୍ଦେଶ୍ୟରେ  ସ୍ତମ୍ଭ ଲେଖିଲେ ପିଏମ ମୋଦି

Manini Pattanayak
Browse all articles by Manini Pattanayak
·2 years ago·1 min read
ଦେଶବାସୀଙ୍କ ଉଦ୍ଦେଶ୍ୟରେ  ସ୍ତମ୍ଭ ଲେଖିଲେ ପିଏମ ମୋଦି

ନୂଆଦିଲ୍ଲୀ:  ଭାରତ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିବାକୁ ଆଜି ପୂରିଛି ୩୬୫ ଦିନ। ଏହି ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ସ୍ତମ୍ଭ ଲେଖିଛନ୍ତି ପିଏମ ମୋଦି। ‘ବସୁଧୈବ କୁଟୁମ୍ବକମ୍’- ‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ର ଭାବନାକୁ ପ୍ରତିଫଳିତ କରିବା, ସଂକଳ୍ପବଦ୍ଧ ହେବା ଏବଂ ଏହାକୁ ପୁନର୍ଜୀବିତ କରିବା ପାଇଁ ବର୍ତ୍ତମାନ ଉପଯୁକ୍ତ ମୁହୂର୍ତ୍ତ ଆସିଥିବା ମୋଦି ଲେଖିଛନ୍ତି। ଏହି ଦାୟିତ୍ବ ଗ୍ରହଣ କରିବା ସମୟରେ ସମଗ୍ର ବିଶ୍ୱ ବହୁମୁଖୀ ଆହ୍ୱାନର ସମ୍ମୁଖୀନ ହୋଇଥିଲା।

କୋଭିଡ୍-୧୯ ମହାମାରୀରୁ ପୁନରୁଦ୍ଧାର, ଜଳବାୟୁ ବିପଦ, ଆର୍ଥିକ ଅସ୍ଥିରତା ଏବଂ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଋଣ ସଙ୍କଟ ସହିତ ହ୍ରାସ ପାଉଥିବା ବହୁପକ୍ଷବାଦ ଚିନ୍ତାର କାରଣ ପାଲଟିଥିଲା। ସଂଘର୍ଷ ଓ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବିକାଶ ପାଇଁ ସହଯୋଗ ପ୍ରଭାବିତ ହୋଇଛି। ପ୍ରଗତିରେ ବାଧା ସୃଷ୍ଟି ହୋଇଛି। ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରି ଭାରତ ବିଶ୍ୱକୁ ସ୍ଥିତାବସ୍ଥାର ବିକଳ୍ପ ପ୍ରଦାନ କରିବାକୁ ଚାହୁଁଥିଲା। ଯାହା ଜିଡିପି-କେନ୍ଦ୍ରିତ ଆଭିମୁଖ୍ୟରୁ ମାନବ-କେନ୍ଦ୍ରିତ ପ୍ରଗତିକୁ ପରିବର୍ତ୍ତିତ ହୋଇଥିବା ଲେଖିଛନ୍ତି ପିଏମ ମୋଦି। କେଉଁ ସବୁ କାରଣ ଆମକୁ ବିଭାଜିତ କରୁଛି ତାହା ବଦଳରେ ଆମକୁ କେଉଁ କାରଣ ଏକାଠି କରିଥାଏ ତାହା ବିଶ୍ୱକୁ ମନେ ପକାଇବାକୁ ଭାରତ ଲକ୍ଷ୍ୟ ରଖିଥିବା ସେ ଉଲ୍ଲେଖ କରିଛନ୍ତି।
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today marks 365 days since India assumed the G-20 chairmanship | Argus English