ଇସ୍ତଫା ପରେ ନୀତୀଶଙ୍କ ପ୍ରତିକ୍ରିୟା, ଆମେ ନୂଆ ମେଣ୍ଟ ସହ ସରକାର ଗଢିବୁ

ଅର୍ଗସ ବ୍ୟୁରୋ: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ନିଷ୍ପତ୍ତି ନେଇପାରନ୍ତି ନୀତୀଶ । ଇସ୍ତଫା ପରେ ନୀତୀଶ କୁମାର ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆମେ ନୂଆ ମେଣ୍ଟ ସହ ସରକାର ଗଢିବୁ । ଦଳର ନିଷ୍ପତ୍ତି ଆଧାରରେ ମୁଁ ଇସ୍ପଫା ଦେଇଛି । ଗଠବନ୍ଧନରେ କୌଣସି କାମ ହେଉନଥିଲା । ଏହାକୁ ନେଇ ମୁଁ ବହୁତ ଦୁଃଖିତ ଥିଲି । ନୂଆ ଗଠବନ୍ଧନରେ ଆମେ ସରକାର କରିବୁ ।
RJD_JDU ମେଣ୍ଟରେ ସ୍ଥିତି ଠିକ୍ ନଥିଲା । ତେଣୁ ଆମେ ନୂଆ ମେଣ୍ଟ ସହ ସରକାର ଗଢିବ । ଦଳ ଚାହିଁଲେ ଆଜି ହିଁ ନୂଆ ସରକାର ଗଢାହେବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ନୀତୀଶ ।
ଇସ୍ତଫା ଦେବା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ନୀତୀଶ କୁମାର ଆହୁରି ମଧ୍ୟ କହିଛନ୍ତି ଯେ ମୁଁ କାମ କରୁଛି କିନ୍ତୁ ମୋତେ କାମ କରିବାକୁ ଦିଆଯାଉ ନାହିଁ । ଏହି କାରଣରୁ ଲୋକମାନେ ଏବଂ ମୁଁ ନିଜେ ଖୁବ ଦୁଃଖ ଅନୁଭବ କରୁଥିଲି ବୋଲି କହିଛନ୍ତି ନୀତୀଶ କୁମାର ।
📱 Get Argus News App
✨#WATCH | Patna | Bihar outgoing CM and JD(U) president Nitish Kumar says, "Today, I have resigned as the Chief Minister and I have also told the Governor to dissolve the government in the state. This situation came because not everything was alright...I was getting views from… pic.twitter.com/wOVGFJSKKH
— ANI (@ANI) January 28, 2024
ଆଉ କିଛି ସମୟ ପରେ ନୀତୀଶଙ୍କ ବାସଭବନରେ ବସିବ NDA ବୈଠକ । ଆଜି ନୀତିଶ ନୂଆ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏମିତି ହେଲେ ନବମ ଥର ଲାଗି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ।