ମୌଳିକ ସୁବିଧା ଦେବାରେ ରାଜ୍ୟ ସରକାରଙ୍କ ବିଫଳତାରୁ ବଢୁଛି ଅସନ୍ତୋଷ

Key Points
ଦିଲ୍ଲୀରେ ମୋଦି, ଶାହ, ନଡ୍ଡାଙ୍କୁ ସାକ୍ଷାତର ଅସର
2024ରେ ଓଡ଼ିଶା ଜିତିବାକୁ ଉତ୍ସାହିତ ବିଜେପି ଶିବିର
2014ରୁ ଓଡ଼ିଶାରେ ଉପର ମୁହାଁ ବିଜେପିର ଭୋଟ୍ ହାର
ବିଜେଡିଠାରୁ ଥିବା ବ୍ୟବଧାନ କାଟି ଏଥର ବିଜେପି ବନିବ କି 1 ନମ୍ବର ?
ଓଡ଼ିଆଙ୍କ ଭାବାବେଗ ସହ ଖେଳି ଅଡୁଆରେ ଶାସକ ଦଳ
ମହାପ୍ରଭୁଙ୍କୁ ନେତାଙ୍କ ସହ ତୁଳନା ବିଗାଡ଼ିବ କି ବିଜେଡିର ଭୋଟ୍ ଖେଳ ?
ମୌଳିକ ସୁବିଧା ଦେବାରେ ରାଜ୍ୟ ସରକାରଙ୍କ ବିଫଳତାରୁ ବଢୁଛି ଅସନ୍ତୋଷ
2024 ନିର୍ବାଚନରେ ସରକାର ବିରୋଧୀ ହାୱା କରିବ କି ବିଜେଡିର ଶେଷ ?
ଭୁବନେଶ୍ୱର: 2014ରେ 21.50 ପ୍ରତିଶତ , 2019ରେ 38.4 ପ୍ରତିଶତ ଆଉ 2024 ସାଧାରଣ ନିର୍ବାଚନରେ ଓଡ଼ିଶା ବିଜେପିର ଭୋଟ୍ ହାର ହେବ 50 ପ୍ରତିଶତ ପାର। ଏଥିପାଇଁ ରଣନୀତି ହୋଇସାରିଛି ପ୍ରସ୍ତୁତ। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ରାଷ୍ଟ୍ରୀୟ ସଭାପତିଙ୍କୁ ସାକ୍ଷାତ ପରେ ଉତ୍ସାହିତ ଓଡ଼ିଶା ବିଜେପି ଶିବିର। 2019 ନିର୍ବାଚନରେ କଂଗ୍ରେସକୁ ପଛକୁ ଠେଲି ରାଜ୍ୟରେ 3 ନମ୍ବରରୁ 2 ନମ୍ବର ଦଳ ବନିଥିଲା ବିଜେପି। ଓଡ଼ିଶାରେ ଗୈରିକର ଦଳ ଭୋଟ୍ ହାର 16.9 ପ୍ରତିଶତର ଲମ୍ବାଡିଆଁ ମାରିଥିଲା 2019 ନିର୍ବାଚନରେ। 21ରୁ 8 ଲୋକସଭା ଆସନ ଜିତି ଭାରତୀୟ ଜନତା ପାର୍ଟି ଦେଖାଇଥିଲା ଦମ୍। ଶାସକ ବିଜୁ ଜନତା ଦଳ ଓ ବିଜେପି ମଧ୍ୟରେ ଭୋଟ୍ ବ୍ୟବଧାନ ଥିଲା ମାତ୍ର 10 ଲକ୍ଷ। ଏହି ବ୍ୟବଧାନକୁ ପାର କରି ଏଥର ଓଡ଼ିଶାରେ 1 ନମ୍ବର ଦଳ ବନିବାକୁ ବିଜେପିର ଟାର୍ଗେଟ୍।
ନିକଟରେ ଶେଷ 5 ରାଜ୍ୟର ବିଧାନସଭା ନିର୍ବାଚନରେ ହିନ୍ଦୀ ହାର୍ଟ ଲ୍ୟାଣ୍ଡର 3 ଟି ରାଜ୍ୟରେ ବିଜେପିର ବମ୍ପର ବିଜୟ ଓଡ଼ିଶାର କାର୍ଯ୍ୟକର୍ତ୍ତାଙ୍କୁ କରିଛି ଉତ୍ସାହିତ। ଓଡ଼ିଶାରେ ବି ମୋଦି ଗ୍ୟାରେଣ୍ଟି ଭରସାରେ କମାଲ କରିବାକୁ ଲକ୍ଷ୍ୟ ରଖିଛି କମଲ। ଏଥିସହ ପଡ଼ୋଶୀ ଛତିଶଗଡ଼ରେ ବିଜେପିର ସାନଦାର ପ୍ରଦର୍ଶନ ଓଡ଼ିଶାର 5 ଲୋକସଭା ଆସନକୁ ସିଧାସିଧା ପ୍ରଭାବିତ କରିବା ନେଇ ରାଜନୈତିକ ପଣ୍ଡିତ ମାନେ କରିଛନ୍ତି ଆକଳନ। ତେଣୁ ଏବେ ଗଣିତ ଓଡ଼ିଶା ବିଜେପି ସପକ୍ଷରେ ବୋଲି ଦଳର ଦାବି।
ସେପଟେ ଓଡ଼ିଆ ଭାବାବେଗକୁ ଲଗାତାର ଆଘାତ ଦେଇ ଚାଲିଛି ଶାସକ ବିଜୁ ଜନତା ଦଳ। କ୍ଷମତାର ଔଧତ୍ବରେ ମହାପ୍ରଭୁ ଶ୍ରୀଜଗନ୍ନାଙ୍କୁ ବି ଅପମାନିତ କରିବାକୁ ପଛାଉ ନାହାନ୍ତି ବିଜେଡିର ତୁଙ୍ଗ ନେତା। ଚାଟୁକାରିତା କରିବାକୁ ଯାଇ ନିଜ ନେତାଙ୍କୁ ବାରମ୍ବାର ମହାପ୍ରଭୁଙ୍କ ସହ ତୁଳନା କରିବାକୁ ପଛାଉ ନାହାନ୍ତି ବିଜେଡି ନେତା। ଏବେ ବିଜେଡି ନେତାଙ୍କ ସେହି ପୁରଣା ଭିଡିଓ ସୋସିଆଲ ମିଡିଆରେ ହେଉଛି ଖୁବ୍ ଭାଇରାଲ।
ଏଥିସହ ଓଡ଼ିଶାବାସୀଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚାଇବାରେ ବିଜେଡି ସରକାରଙ୍କ ବିଫଳତାକୁ ନେଇ ସାରା ରାଜ୍ୟରେ ରହିଛି ଆକ୍ରଶ। କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟଜଳ, ଆବାସ ପରି ସୁବିଧା ଲୋକଙ୍କୁ ମିଳିପାରୁନି। ନୀତି ଆୟୋଗର ବାର୍ଷିକ ହେଲଥ୍ ଇଣ୍ଡେକ୍ସରେ ଓଡ଼ିଶା 20ଟି ବଡ଼ ରାଜ୍ୟ ମଧ୍ୟରୁ 17 ତମ ସ୍ଥାନରେ। ଓଡ଼ିଶାରେ କୃଷକଙ୍କ ଆୟ ଦେଶର ଦ୍ବିତୀୟ ସର୍ବନିମ୍ନ। ରାଜ୍ୟର 25 ଜିଲ୍ଲାର 3 ହଜାର 463 ଗାଁରେ ନାହିଁ ଶୁଦ୍ଧ ପାଣିର ବ୍ୟବସ୍ଥା। ଓଡ଼ିଶାର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମାତ୍ର 31 ପ୍ରତିଶତ ପରିବାର ପାଖରେ ପହଁଚୁଛି ବିଶୁଦ୍ଧ ପାଣି। ରାଜ୍ୟରେ ସ୍କୁଲ ଡ୍ରପଆଉଟ୍ ଛାତ୍ରଛାତ୍ରୀଙ୍କ ହାର ଦେଶରେ ସର୍ବାଧିକ। ସେହିପରି ସମସ୍ତଙ୍କ ମୁଣ୍ଡରେ ପକ୍କାଘର ଟାର୍ଗେଟରୁ ଓଡ଼ିଶା ଏବେବି ବହୁ ଦୂରରେ। ତାଛଡ଼ା ଅପରାଧ ହାର ବୃଦ୍ଧି ଓ ଦାଦନ ସମସ୍ୟାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ରହିଛି ପ୍ରବଳ କ୍ରୋଧ। ତେଣୁ 2024 ନିର୍ବାଚନରେ ବିଜେଡି ବିରୋଧରେ ଏହା ଭୋଟରେ ପ୍ରତିଫଳନ ସମ୍ଭାବନାକୁକୁ ଏଡ଼ାଇ ହେବ ନାହିଁ।
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର