Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗାଁ ଲୋକେ ଷ୍ଟେସନର ସୁନ୍ଦର ଏବଂ ସ୍ବଚ୍ଛ ଭାବେ ଯତ୍ନ ନିଅନ୍ତି

National

ଗାଁ ଲୋକେ ଷ୍ଟେସନର ସୁନ୍ଦର ଏବଂ ସ୍ବଚ୍ଛ ଭାବେ ଯତ୍ନ ନିଅନ୍ତି

Ritu Das
Browse all articles by Ritu Das
·2 years ago·2 min read
ଗାଁ ଲୋକେ ଷ୍ଟେସନର ସୁନ୍ଦର ଏବଂ ସ୍ବଚ୍ଛ ଭାବେ ଯତ୍ନ ନିଅନ୍ତି

ଅର୍ଗସ ବ୍ୟୁରୋ: କମ ଖର୍ଚ୍ଚରେ ଲୋକେ ବହୁ ଦୂରକୁ ଯିବାକୁ ଲୋକେ ରେଳ ଉପରେ ନିର୍ଭର କରନ୍ତି। ସେହିପରି ସମସ୍ତଙ୍କୁ ଟ୍ରେନରେ ଜର୍ନି କରିବାକୁ ଭାରି ଭଲ ଲାଗେ। କାରଣ ଟ୍ରେନ ଜର୍ନି ସବୁବେଳେ ଗୋଟେ ସୁନ୍ଦର ମେମୋରି ହୋଇଥାଏ। ନା କଣ କହୁଛନ୍ତି। ସମସ୍ତଙ୍କର ଟ୍ରେନରେ କିଛି କିଛି ମେମୋରୀ ରହିଥାଏ। ଭାରତର ଲୋକ ମଧ୍ୟ ରେଳପଥ ସହିତ ଭଲ ଭାବେ ଜଡ଼ିତ। ସେଥିପାଇଁ ଭାରତର ମେରୁଦଣ୍ଡ ରେଲଓ୍ବେ କହିଲେ ଅତ୍ୟୁକ୍ତି ହେବନି। ତେବେ ଭାରତରେ ଅନେକ ବିଚିତ୍ର ରେଳଷ୍ଟେସନ ରହିଛି। ଯାହା ନିଜର ଖାସିୟତ ପାଇଁ ଜଣାଶୁଣା। ଭାରତରେ ଏମିତି ଏକ ରେଳ ଷ୍ଟେସନ ରହିଛି ଯାହା କେବଳ ଗାଁ ଲୋକଙ୍କ ଦ୍ବାରା ପରିଚାଳିତ। ଏଠି କେବଳ ଗାଁ ଲୋକେ ଟିକେଟ କରନ୍ତି। ଅତି ସୁନ୍ଦର ଶୃଙ୍ଖଳିତ ଭାବେ ସେମାନେ ଏହି କାର୍ଯ୍ୟକୁ କାହିଁ କେଉଁ କାଳରୁ କରି ଆସୁଛନ୍ତି। ସେମାନେ ଏହି ଷ୍ଟେସନର ଖୁବ ଭଲ ଭାବେ ଯତ୍ନ ମଧ୍ୟ ନିଅନ୍ତି। 

 

କେହି ଜଣେ ହେଲେ ବି ରେଲଓ୍ବେ କର୍ମଚାରୀ ନାହାନ୍ତି। ତେବେ ଏହି ରେଳ ଷ୍ଟେସନ ରାଜସ୍ଥାନର  ଅବସ୍ଥିତ। ରାଜସ୍ଥାନର ପ୍ୟାଲେସ ଗୁଡ଼ିକ ସାରା ଦେଶରେ ନାଁ କରିଛି। ଏହାର ସୁନ୍ଦର କାରୁକାର୍ଯ୍ୟ ସମସ୍ତଙ୍କ ମନ କିଣିନିଏ। ସେଥିପାଇଁ ଅଧାରୁ ଅଧା ସେଲିବ୍ରିଟିଙ୍କ ମ୍ୟାରେଜ ରାଜସ୍ଥାନ ଏବଂ ଜୟପୁରର ସୁନ୍ଦର ପ୍ୟାଲେସରେ ହୋଇଥାଏ। ରାଜସ୍ଥାନୀ ଲୋକେ ମଧ୍ୟ ଖୁବ ପରିଷ୍କାର। ଆଉ ରାଜସ୍ଥାନୀ ଡିସେସର ମଧ୍ୟ ସମସ୍ତେ ଦିଓ୍ବାନା। ତେବେ ଏହି ନିଆରା ଷ୍ଟେସନ ରାଜସ୍ଥାନର ନାଉଘରରେ ଅବସ୍ଥିତ। ଯାହାର ନାଁ ହେଉଛି ଜାଲସୁ ନାନକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେହି ଅଧିକାରୀ କି କର୍ମଚାରୀ ନ ଥିଲେ ବି ପ୍ରତିଦିନ ୧୦ରୁ ଅଧିକ ଟ୍ରେନ ଏଠାରେ ରୁହେ। ପ୍ରତି ମାସରେ ଗ୍ରାମବାସୀ ପ୍ରାୟ ୧୫୦୦ ଟିକେଟ କିଣିଥାନ୍ତି। ବାସ୍ତବରେ ଜାଲସୁ  ନାନକ ଗାଁରେ ପ୍ରତି ଘରେ ଜଣେ ଜଣେ ସେନାରେ କାର୍ଯ୍ୟରତ। ପ୍ରାୟ ୨୦୦ରୁ ଅଧିକ ଅବସରପ୍ରାପ୍ତ ସେନା କର୍ମଚାରୀ ଏହି ଗାଁରେ ରହୁଛନ୍ତି। ଏମାନଙ୍କ ସୁବିଧା ପାଇଁ ସରକାର ୪୩ ବର୍ଷ ପୂର୍ବେ ଏକ ଷ୍ଟେସନ ଉପହାର ଦେଇଥିଲେ। 

ତେବେ ଗାଁ ଲୋକଙ୍କ କହିବା ଅନୁଯାୟୀ ୨୦୦୫ ମସିହାରେ ସରକାର ଏହି ଷ୍ଟେସନକୁ ବନ୍ଦ କରିଦେଇଥିଲେ। ପ୍ରାୟ ୧୧ ଦିନ ଧାରଣା ଦେବାପରେ ପୁଣି ସେଠାରେ ରେଳ ଚଳାଚଳ ଆରମ୍ଭ କରିଥିଲା। ତେବେ ଆପଣ ଏହି ଗାଁ ବିଷୟରେ ଆଗରୁ ଶୁଣିଥିଲେ ନା ନାହିଁ। ତେବେ ଏହି ଗାଁର ଶୃଙ୍ଖଳିତ ଷ୍ଟେସନ ବ୍ୟବସ୍ଥା ଉପରେ ସମସ୍ତେ ଜାଣିବା ଦରକାର। 

ଅଧିକ ପଢ଼ନ୍ତୁ ଭାରତ ଖବର
 

Sponsored
The villagers | Argus English