Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭାରତୀୟ ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ଦେଖି ପ୍ରଭାବିତ ୟୁଏଇ

National

ଭାରତୀୟ ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ଦେଖି ପ୍ରଭାବିତ ୟୁଏଇ

Jitendra Dash
Browse all articles by Jitendra Dash
·2 years ago·2 min read
ଭାରତୀୟ ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ଦେଖି ପ୍ରଭାବିତ ୟୁଏଇ

ଅର୍ଗସ ବ୍ୟୁରୋ : ଭାରତୀୟ ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ଦେଖି ପ୍ରଭାବିତ ହୋଇଛି ୟୁଏଇ । ଖୁବଶୀଘ୍ର ଭାରତରେ 50 ବିଲିୟନ ଡଲାର ବିନିଯୋଗ କରିବା ନେଇ ମିଳିଛି ସୂଚନା । ୨୦୨୪ରେ ଏହି ବିନିଯୋଗ ନେଇ ଘୋଷଣା କରିବ ୟୁଏଇ । ଭାରତ ଏବେ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି । ଯାହାକୁ ବିଶ୍ବ ଏଜେନ୍ସି ସହିତ ବଡ ଦେଶ ମଧ୍ୟ ପ୍ରଶଂସା କରିଛନ୍ତି । ଏଥିରେ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟ ରହିଛି ।

ଅଧିକ ପଢନ୍ତୁ ଭାରତ ଖବର 

ବର୍ତ୍ତମାନ ଭାରତ-ୟୁଏଇ ସମ୍ପର୍କ କ୍ରମାଗତ ଭାବେ ମଜବୁତ ହେଉଛି । ଏହାସହ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ୟୁଏଇ ଓ ଭାରତ ମଧ୍ୟରେ ଅଣ ତୈଳ ଦ୍ବିପାକ୍ଷିକ ବାଣିଜ୍ୟ ପ୍ରାୟ ୧୦୦ ବିଲିୟନ ଡଲାରରେ ପହଞ୍ଚିଛି । ଏହି ସମ୍ପର୍କକୁ ଆଗକୁ ନେବାକୁ 50 ବିଲିୟନ ଡଲାର ବା ୪ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ପାଇଁ ପ୍ରସ୍ତୁତି ଚଳାଇଛି ୟୁଏଇ । ୨୦୨୪ ପ୍ରାରମ୍ଭରେ ଏନେଇ ଘୋଷଣା କରାଯିବାର ସମ୍ଭାବନା ରହିଛି । ଏଭଳି ହେଲେ ଭାରତର ଉତ୍ପାଦନ କ୍ଷେତ୍ର ଏବଂ ଭିତ୍ତିଭୂମି ମଜବୁତ ହେବା ସହ ଅର୍ଥନୀତିକୁ ଆହୁରି ବଳ ମିଳିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଭାରତର ସଫଳତାକୁ ଦେଖି ଚିନ୍ତାରେ ଚୀନ୍‌ । ୟୁଏଇ ସହ ଭାରତର ସମ୍ପର୍କ ସୁଦୃଢ଼ ହେଉଥିବା ବେଳେ ଏହାକୁ ସହିପାରୁନି ଡ୍ରାଗନ । ଗୋଟିଏ ପଟେ ଭାରତର ଅର୍ଥନୀତି ରକେଟ ବେଗରେ ଆଗକୁ ବଢୁଥିବା ବେଳେ ଚୀନ ଅର୍ଥନୀତି କରୋନା କାରଣରୁ ମାନ୍ଦା ପଡ଼ିଛି । ଅନେକ ବିଦେଶୀ କମ୍ପାନି ଚୀନ୍‌ ଛାଡ଼ିବାରେ ଲାଗିଛନ୍ତି । ବହୁ ଏଜେନ୍ସି ମଧ୍ୟ ଚୀନର ଅର୍ଥ ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଆଉ ଏବେ ୟୁଏଇ ଭାରତରେ ଏତେ ବଡ଼ ନିବେଶ କରୁଥିବା ସୂଚନା ମିଳିବା ପରେ ଇର୍ଶାରେ ଜଳୁଛି ଡ୍ରାଗନ ।

Sponsored
The UA is impressed by the rapid growth in the Indian economy | Argus English