Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା: ଶାହି ଇଦଗାହ କମ୍ପ୍ଲେକ୍ସର ପ୍ରାଥମିକ ସର୍ଭେକୁ ମିଳିଲା କୋର୍ଟଙ୍କ ଅନୁମତି

National

ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା: ଶାହି ଇଦଗାହ କମ୍ପ୍ଲେକ୍ସର ପ୍ରାଥମିକ ସର୍ଭେକୁ ମିଳିଲା କୋର୍ଟଙ୍କ ଅନୁମତି

Manini Pattanayak
Browse all articles by Manini Pattanayak
·2 years ago·1 min read
ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା: ଶାହି ଇଦଗାହ କମ୍ପ୍ଲେକ୍ସର ପ୍ରାଥମିକ ସର୍ଭେକୁ ମିଳିଲା କୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ:  ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ଉତ୍ତର ପ୍ରଦେଶ ମଥୁରା ସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ପାଖରେ ଥିବା ଶାହି ଇଦଗାହ କମ୍ପ୍ଲେକ୍ସର ପ୍ରାଥମିକ ସର୍ଭେକୁ ମିଳିଛି କୋର୍ଟଙ୍କ ଅନୁମତି। ଆହ୍ଲାବାଦ ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଏ ଉପରେ ବିଚାର କରି ସର୍ଭେକୁ ଅନୁମତି ଦେଇଛନ୍ତି। ହିନ୍ଦୁ ପକ୍ଷ ଓକିଲ ବିଷ୍ଣୁ ଶଙ୍କର ଜୈନ ଏନେଇ ସୂଚନା ଦେଇଛନ୍ତି।

ଶାହି ଇଦଗାହ ମସଜିଦ ପକ୍ଷ ଓକିଲଙ୍କ ଯୁକ୍ତିକୁ କୋର୍ଟ ପ୍ରତ୍ୟାଖ୍ୟାନ କରିବା ସହ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଅନୁମତି ଦେଇଥିବା ସେ କହିଛନ୍ତି। ହିନ୍ଦୁ ପକ୍ଷ ଦାବି ଅନୁସାରେ, ଭଗବାନ କୃଷ୍ଣଙ୍କ ଜନ୍ମସ୍ଥାନର ୧୩.୩୭ ଏକର ଜମିରେ ଏକ ମନ୍ଦିର ଭାଙ୍ଗି ଇଦଗାହ ମସଜିଦ ନିର୍ମାଣ କରାଯାଇଛି। ମୋଗଲ ଶାସନ ସମୟରେ ଔରଙ୍ଗଜେବଙ୍କ ଦ୍ବାରା ମନ୍ଦିର ଭଙ୍ଗାଯାଇ ମସଜିଦ ନିର୍ମାଣ କରାଯାଇଥିଲା। ଏହି ମାମଲାର ମୂଳ ମକଦ୍ଦମା ହାଇକୋର୍ଟରେ ବିଚାରାଧୀନ ଅଛି। ଏ ଉପରେ ହାଇକୋର୍ଟରେ ପ୍ରାୟ ୧୭ ଟି ମକଦ୍ଦମା ବିଚାରାଧୀନ ରହିଛି, ଯେଉଁଥିରେ ମୁଖ୍ୟ ଆବେଦନ କରାଯାଇଛି ଯେ, ମସଜିଦ ଥିବା ବିବାଦୀୟ ଜମିର ଯାଞ୍ଚ କରାଯାଉ ଏବଂ ସେଠାରୁ ମସଜିଦକୁ ହଟାଯାଉ। ହିନ୍ଦୁ ପକ୍ଷଙ୍କ ଦାବି ଅନୁସାରେ, ମସଜିଦରେ ପଦ୍ମଫୁଲ ଏବଂ ନାଗ ଫଣା ଚିହ୍ନ ରହିଛି। ସମସ୍ତ ପକ୍ଷଙ୍କ ଯୁକ୍ତିକୁ ଶୁଣିବା ପରେ ମସଜିଦର ଯାଞ୍ଚ ପାଇଁ ଆହ୍ଲାବାଦ ହାଇକୋର୍ଟ ଅନୁମତି ଦେଇଛନ୍ତି। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Allahabad High Court on Thursday allowed the primary survey of the Shahi Idgah complex adjacent to the Shri Krishna Janmabhoomi Temple in Uttar Pradesh's Mathura. | Argus English