|
logo
Live

Argus News - ଜ୍ଞାନବ୍ୟାପୀ ମସଜିଦରେ ଥିବା ପୋଖରୀ ସଫା ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ

National

ଜ୍ଞାନବ୍ୟାପୀ ମସଜିଦରେ ଥିବା ପୋଖରୀ ସଫା ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଜ୍ଞାନବ୍ୟାପୀ ମସଜିଦରେ ଥିବା ପୋଖରୀ ସଫା ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ

ଅର୍ଗସ ବ୍ୟୁରୋ : ବାରାଣାସୀର ଜ୍ଞାନବ୍ୟାପୀ ମସଜିଦରେ ଥିବା ପୋଖରୀକୁ ସଫା କରିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ । ଏଠାରେ ଶିବଲିଙ୍ଗ ଥିବା ନେଇ କୋର୍ଟରେ ମକଦ୍ଦମା ହେବା ପରେ ଏହି ସ୍ଥାନକୁ ସିଲ୍‌ କରିବାକୁ ନିର୍ଦେଶ ଦେଇଥିଲେ କୋର୍ଟ । ଶିବ ଲିଙ୍ଗ ଭଳି ବସ୍ତୁ ମିଳିବା ପରେ 2022ରେ ଏହି ସ୍ଥାନକୁ ସିଲ୍ କରାଯାଇଥିଲା । ତେବେ ଏଠାରେ ଥିବା ପୋଖରୀରେ ମାଛ ମରି ଭାସୁଥିବାରୁ ଦୁର୍ଗନ୍ଧ ହେଉଥିବା ହିନ୍ଦୁ ପକ୍ଷରୁ ଆବେଦନରେ କୁହାଯାଇଥିଲା । ଶିବ ଲିଙ୍ଗ ପାଖରେ ମୃତ ମାଛ ଭାସୁଥିବାରୁ ଏହା ଶିବ ଭକ୍ତଙ୍କ ଭାବନାକୁ କ୍ଷତି ପହଞ୍ଚାଉଥିବା ଦର୍ଶାଯାଇଥିଲା ।

ଅଧିକ ପଢନ୍ତୁ : ଜ୍ଞାନବ୍ୟାପୀ ମସ୍‌ଜିଦ୍‌ ପରିସରରେ ମିଳିଥିବା ଶିବଲିଙ୍ଗଙ୍କୁ ସୁରକ୍ଷା ଦିଆଯିବ

ଯେହେତୁ ସେଠାରେ ଏକ ଶିବଲିଙ୍ଗ ଅଛି ଯାହା ହିନ୍ଦୁମାନଙ୍କ ପାଇଁ ପବିତ୍ର, ତେଣୁ ଏହାକୁ ସମସ୍ତ ଅପରିଷ୍କାର ବସ୍ତୁ , ମୃତ ପଶୁଙ୍କ ଠାରୁ ଦୂରରେ ରଖିବା ଉଚିତ ବୋଲି ଆବେଦନ କରାଯାଇଥିଲା । ଏବଂ ସିଲ ହୋଇଥିବା ଅଞ୍ଚଳକୁ ପରିଷ୍କାର କରିବା ପାଇଁ ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନ କରାଯାଇଥିଲା । ଏହି ଆବେଦନ ଉପରେ ଶୁଣାଣି କରିବା ସହ ପୋଖରୀକୁ ସଫା କରିବାକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଜ୍ଞାନବ୍ୟାପୀ ମସଜିଦରେ ଥିବା ପୋଖରୀ ସଫା ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ | Argus English