ବିକଶିତ ଦେଶପାଇଁ ଶିକ୍ଷାର ଭୂମିକା ଗୁରୁତ୍ବପୂର୍ଣ୍ଣ

Key Points
- ଶିକ୍ଷା ଜୀବନର ଅମୂଲ୍ୟ ନିଧି
- ଶିକ୍ଷାର ବିକାଶ ହିଁ ଦେଶର ବିକାଶ
- ଆଗାମୀ ୨୫ ବର୍ଷ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ
- ବିକଶିତ ଦେଶପାଇଁ ଶିକ୍ଷାର ଭୂମିକା ଗୁରୁତ୍ବପୂର୍ଣ୍ଣ
ଅର୍ଗସ ବ୍ୟୁରୋ : ଶିକ୍ଷା ମାନବର ଜନ୍ମଗତ ଅଧିକାର । ସେଥିପାଇଁ ଶିକ୍ଷାକୁ ସବୁବେଳେ ପ୍ରାଧାନ୍ୟ ଦେବାସହ ଦେଶର ଆଗାମୀ ଭବିଷ୍ୟତମାନଙ୍କୁ ଶିକ୍ଷାର ମୂଲ୍ୟବୋଧ ଉପରେ ସଜାଗ କରିବା ପାଇଁ ସବେବେଳେ ଚେଷ୍ଟା କରନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶକୁ ଏକ ଶ୍ରେଷ୍ଠ ଅଗ୍ରଣୀ ଦେଶଭାବେ ପରିଣତ କରିବାକୁ ହେଲେ ଶିକ୍ଷାକୁ କିପରି ଗୁରୁତ୍ବ ଦେବାକୁ ପଡିବ, ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସବୁବେଳେ ପରାମର୍ଶ ଦିଅନ୍ତି ଧର୍ମେନ୍ଦ୍ର ।
ଅନୁଗୁଳ ଛେଣ୍ଡିପଦା ହାଇସ୍କୁଲରେ ଅନୁଷ୍ଠିତ ହୋଇଥିବା ପ୍ଲାଟିନମ ଜୁବଲିର ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ରାଜ୍ୟପାଳ ରଘୁବର ଦାସ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟପାଳ ଶିକ୍ଷାର ଗୁରୁତ୍ବ ଏବଂ ଶିକ୍ଷାର ମୂଲ୍ୟବୋଧ ସମ୍ପର୍କରେ ଆଲୋଚନା କରିଥିଲେ । ସେ କହିଥିଲେ ଜାତୀୟ ଶିକ୍ଷାନୀତିରେ ସର୍ବାଙ୍ଗୀନ ବିକାଶକୁ ପ୍ରାଧାନ୍ୟ ଦିଆଯାଏ । ସର୍ବାଙ୍ଗୀନ ବିକାଶର ସ୍ବପ୍ନ ଦେଖିବାକୁ ହେଲେ ଆମକୁ କଠୋର ପରିଶ୍ରମ କରି ସଫଳତା ହାସଲ କରିବାକୁ ପଡିବ ବୋଲି କହିଥିଲେ ।
ଧର୍ମେନ୍ଦ୍ର କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବାକୁ ହେଲେ ଶିକ୍ଷାକୁ ବିକାଶ କରିବା ଦିଗରେ ପ୍ରାଧାନ୍ୟ ଦେବାକୁ ପଡିବ । ଆଗାମୀ ୨୫ ବର୍ଷରେ ଦେଶକୁ ଏକ ଅଗ୍ରଣୀ ଦେଶରେ ପରିଣତ କରିବା ପାଇଁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଗାମୀ ୨୫ ବର୍ଷରେ ଭାରତ ବିଶ୍ବର ପ୍ରଥମ ଅର୍ଥନୀତି ଦେଶରେ ପରିଗଣିତ ହେବ । ଏଥିପାଇଁ ଆଗାମୀ ପିଢୀମାନଙ୍କୁ ଶିକ୍ଷାର ଗୁରୁତ୍ବ ବୁଝିବାର ଆବଶ୍ୟକତା ରହିଛି । ଦେଶର ଯୁବକ ତଥା ଛାତ୍ରଛାତ୍ରୀ ହେଉଛନ୍ତି, ଆଗାମୀ ଦିନର ଭବିଷ୍ୟତ । ଅଗ୍ରଣୀ ଦେଶ ତିଆରି କରିବାର ଦାୟିତ୍ବ ଭାର ସେମାନଙ୍କ କାନ୍ଧରେ । ତେଣୁ ଶିକ୍ଷାକୁ ପ୍ରଧାନ୍ୟ ଦେଇ ଏକ ବିକଶିତ ଭାରତ ତିଆରି କରିବାକୁ ସମସ୍ତେ ଚେଷ୍ଟା କରିବା ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।