Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ଅପରେସନ୍ ଶେଷ ପର୍ଯ୍ୟାୟରେ

National

ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ଅପରେସନ୍ ଶେଷ ପର୍ଯ୍ୟାୟରେ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ଅପରେସନ୍ ଶେଷ ପର୍ଯ୍ୟାୟରେ

ଅର୍ଗସ ବ୍ୟୁରୋ: ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ଅପରେସନ୍ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ କିଛି ଘଣ୍ଟାର ଅପେକ୍ଷା । ନୂଆ ଜୀବନ ନେଇ ଉତ୍ତରକାଶୀର ଅନ୍ଧାରୀ ସୁଡଙ୍ଗରୁ ଆଲୋକ ଦେଖିବେ 5 ଓଡ଼ିଆଙ୍କ ସମେତ ମୋଟ 41 ଶ୍ରମିକ । ଆଜି ଉଦ୍ଧାର ହୋଇପାରନ୍ତି ସମସ୍ତ ଶ୍ରମିକ । ଟନେଲ ଭିତରେ ବର୍ତ୍ତମାନ ସୁଦ୍ଧା ପାଖାପାଖି 48 ମିଟର ଯାଏଁ ପାଇପ୍ ପ୍ରବେଶ କରି ସାରିଛି । ଏବେ ବି ଶ୍ରମିକଙ୍କଠାରୁ 12 ମିଟ୍ ଦୂରରେ ପାଇପ୍ ରହିଛି । ଗୁରୁବାର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଓ କେନ୍ଦ୍ରମନ୍ତ୍ରୀ ବି.କେ ସିଂହ ।

ଉଦ୍ଧାର ହେବା ମାତ୍ରେ ଶ୍ରମିକଙ୍କୁ କିଭଳି ହସ୍ପିଟାଲରେ ପହଞ୍ଚାଯିବ ଏବଂ ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯିବ, ସେଥିପାଇଁ ପ୍ରସ୍ତୁତ ରହିଛି ଆମ୍ବୁଲାନ୍ସ।  ଅତ୍ୟାଧୁନିକ ମେସିନ ସହ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ଆମ୍ବୁଲାନ୍ସରେ ମହଜୁଦ ରଖାଯାଇଛି । ହସ୍ପିଟାଲରେ ବେଡ୍ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଅଭିଜ୍ଞ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଅକ୍ସିଜେନ, ଦଉଡ଼ି, ଷ୍ଟ୍ରେଚର ନେଇ ଟନେଲ୍ ଭିତରକୁ ଯାଉଛନ୍ତି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The rescue operation for the workers trapped in the Uttarkashi tunnel has reached its final stage | Argus English