Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅଧିକ ଶବ୍ଦ ଓ ବାୟୁ ପ୍ରଦୂଷଣ କରୁଥିବା ବାଣକୁ ମନା  

National

ଅଧିକ ଶବ୍ଦ ଓ ବାୟୁ ପ୍ରଦୂଷଣ କରୁଥିବା ବାଣକୁ ମନା  

Manini Pattanayak
Browse all articles by Manini Pattanayak
·2 years ago·1 min read
ଅଧିକ ଶବ୍ଦ ଓ ବାୟୁ ପ୍ରଦୂଷଣ କରୁଥିବା ବାଣକୁ ମନା  

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜ୍ୟରେ ବି ଲାଗିଲା କଟକଣା। ସକାଳ ୬ରୁ ରାତି ୧୦ଟା ଯାଏଁ ବାଣ ଫୁଟାଇ ପାରିବେ ସାଧାରଣ ଲୋକ। ୧୨୫ ଡେସିବଲ୍ ଉପରେ ବାଣ ଯେମିତି ନ ଫୁଟେ ତା ଉପରେ ରହିବ ନଜର। ଗ୍ରୀନ୍ କ୍ରାକର୍ସକୁ କେବଳ ମିଳିବ ଅନୁମତି।

ବେରୀୟମ ନାଇଟ୍ରେଟ୍ ଥିବା ବାଣ ଉପରେ କଟକଣା ଲାଗିବ। ଅଧିକ ଶବ୍ଦ ଓ ବାୟୁ ପ୍ରଦୂଷଣ କରୁଥିବା ବାଣକୁ ମନା କରାଯାଇଛି। ଦୀପାବଳି ପୂର୍ବରୁ ଦୀପାବଳି ଦିନ ଓ ଦୀପାବଳି ପରେ  ପ୍ରଦୂଷଣ ବୋର୍ଡ ସାରା ରାଜ୍ୟରେ ପ୍ରଦୂଷଣର ମାତ୍ରା ମାପିବ।  

୨୦୧୮ରେ ଦିଲ୍ଲୀ ପାଇଁ କଟକଣା ଲାଗିଥିଲା ଏବେ ସାରା ଦେଶ ପାଇଁ ଲାଗୁ ହୋଇଛି କଟକଣା। ଦିଲ୍ଲୀରେ ଚଳିତ ବର୍ଷ ମଧ୍ୟ ବାଣ କିଣା ବିକା ବନ୍ଦ ରହିବ. ଏପରିକି ଗ୍ରୀନ କ୍ରାକର ମଧ୍ୟ ଫୁଟାଇ ପାରିବେନି ରାଜଧାନୀ ବାସୀ. ଏପରି ନିଷ୍ପତ୍ତି ନେଇଛନ୍ତି ପରିବେଶ ମନ୍ତ୍ରୀ ଗୋପାଳ ରାୟ. ଦିଲ୍ଲୀର ପ୍ରଦୂଷଣକୁ ଆଖି ଆଗରେ ରଖି ଏପରି ପଦକ୍ଷେପ ନିଆଯାଇଛି। ବାଣ ଲାଇସେନ୍ସ ପ୍ରଦାନ ନ କରିବାକୁ ସେ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ରାୟ କହିଛନ୍ତି ଶୀତଦିଵ ଆରମ୍ଭରୁ ଦିଲ୍ଲୀରେ ପ୍ରବଳ ପ୍ରଦୂଷଣ ଦେଖାଯାଇଥାଏ. ତାକୁ ରୋକିବାକୁ ଦିଲ୍ଲୀ ସରକାର ଦୃଢ ନିଷ୍ପତ୍ତି ନେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅକ୍ଟୋବର ମାସରୁ ଦିଲ୍ଲୀରେ ବାୟୁର ଗୁଣବତ୍ତା ପରିବର୍ତ୍ତନ ହୋଇଥାଏ। ତେଣୁ ବାଣ ଫୁଟାଇଲେ ଏହା ଅଧିକ ପ୍ରଦୂଷଣ ହେବାର ସମ୍ଭାବନା ରହିଥାଏ।  ଗତବର୍ଷ ବାଣ ଫୁଟାଇଲେ ୨୦୦ ଟଙ୍କା ଜୋରିମାନା ସହ ୬ ମାସ ଜେଲଦଣ୍ଡ ମିଳିବ ବୋଲି ଘୋଷଣା କାରାଯଇଥିଲା।  ଏବଂ ବାଣ ପ୍ରସ୍ତୁତି, ବିକ୍ରି ଆଦି ପାଇଁ ୫ ହଜାର ଟଙ୍କା ଜୋରିମାନା ସହ ୩ ବର୍ଷ ଜେଲଦଣ୍ଡର ବ୍ୟବସ୍ଥା ହୋଇଥିଲା।

 ଅଧିକ ପଢନ୍ତୁ ଭାରତ ଖବର 

Sponsored
Rejection of arrows causing excessive noise and air pollution | Argus English