Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News -  ମନ୍ଦିରର ସମ୍ପତ୍ତି ଜାଣିଲେ ଉଡିବ ହୋସ.. 

National

 ମନ୍ଦିରର ସମ୍ପତ୍ତି ଜାଣିଲେ ଉଡିବ ହୋସ.. 

Manini Pattanayak
Browse all articles by Manini Pattanayak
·2 years ago·1 min read
 ମନ୍ଦିରର ସମ୍ପତ୍ତି ଜାଣିଲେ ଉଡିବ ହୋସ.. 

ନୂଆଦିଲ୍ଲୀ:  ଏମିତି ଏକ ମନ୍ଦିର ଅଛି ଯାହାର ଆୟ ଆଉ ଏବଂ ସମ୍ପତ୍ତିର ମୂଲ୍ୟ ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ଆଜ୍ଞା ଆମ ଦେଶରେ ଏପରି ଏକ ମନ୍ଦିର ଅଛି ଯାହାର ସମ୍ପତ୍ତି  ପାଖାପାଖି ତିନି ଲକ୍ଷ କୋଟି ଟଙ୍କା।  ତେବେ ଏହି ମନ୍ଦିରର ଆୟ ତୁଳନାରେ  ଟାଟାର ଅନେକ କମ୍ପାନୀ ମଧ୍ୟ ପଛରେ ପଡିଯାଅନ୍ତି।  ଆମେ କହୁଛୁ  ବିଶ୍ୱର ପ୍ରଶିଦ୍ଧ ମନ୍ଦିର  ତିରୁମାଲା ତିରୁପତି  ଦେବସ୍ଥାନମର।  ଏହି  ମନ୍ଦିରରେ ପ୍ରତ୍ୟେକ ଦିନ  ପାଖାପାଖି ୩ ରୁ ୪ କୋଟି ଟଙ୍କା ମନ୍ଦିର ହୁଣ୍ଡକୁ ଆସିଥାଏ।  ମନ୍ଦିରର ମାସିକ ଆୟ ୧୦୦ କୋଟିରୁ ଅଧିକ ।  ଗତବର୍ଷ ୨୦୨୩ ମସିହାରେ  ମନ୍ଦିରର ହୁଣ୍ଡିରୁ  ୧୩ଶହ ୯୮ କୋଟି  ଟଙ୍କା ପ୍ରାପ୍ତ ହୋଇଥିଲା।   ଏହି ରାଶି କେବଳ ଭକ୍ତଙ୍କ ମାଧ୍ୟମରେ ହୁଣ୍ଡିକୁ ଆସିଛି।  ମନ୍ଦିର ଆୟର ଅନ୍ୟ ମଧ୍ୟ  ଉର୍ସ ଅଛି।

୨୦୨୨ରେ  ତିରୁମାଲା  ତିରୁପତି ଦେବସ୍ଥାନ ଦ୍ୱାରା ଏକ ଶ୍ୱେତ ପତ୍ର ଜାରୀ କରାଯାଇଥିଲା ଏହି ଶ୍ୱେତ ପତ୍ର ଅନୁସାରେ ତିରୁମାଲା  ଦେବସ୍ଥାନମର ସମୁଦାୟ ସମ୍ପତି  ୨.୫ ଲକ୍ଷ କୋଟି ଟଙ୍କା ଥିଲା। ଶ୍ୱେତ ପତ୍ର ଜାରି ହେବାର ୧୪ ମାସ ହୋଇଗଲାଣି । ବର୍ତ୍ତମାନ ସମୟରେ ଅନୁମାନ ଲାଗାଯାଇପାରେ ଯେ, ତିରୁମାଲାର ସମସ୍ତ ସମ୍ପତ୍ତି ୩ ଲକ୍ଷ କୋଟି ହେବ। ତିରୁମାଲା ମନ୍ଦିରର ସମ୍ପତ୍ତି ଭାରତୀୟ ଶେୟାର ବଜାର ରେ  କିଛ ପ୍ରମୁଖ କମ୍ପାନୀଙ୍କ  ବଜାର ପୁଞ୍ଜିକରଣଠାରୁ ଅଧିକ।  ତେବେ ତିରୁପତି ମନ୍ଦିରରେ ପ୍ରତ୍ୟେକ ଦିନ ଶହ ଶହ ହଜାର ହଜାର ଭକ୍ତର ସମାଗମ ହୋଇଥାଏ। ଦୁରଦୁରାନ୍ତର ଛୁଟି ଆସିଥାନ୍ତି ଏଡାକୁ ଭକ୍ତ।  

ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The net worth of the Tirumala Tirupati Devasthanams (TTD), the biggest Hindu temple conglomerate in the world, | Argus English