Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭାରତୀୟ ବାୟୁସେନାରୁ ଅନ୍ତିମ ବିଦାୟ ନେଲା ମିଗ୍-୨୧

National

ଭାରତୀୟ ବାୟୁସେନାରୁ ଅନ୍ତିମ ବିଦାୟ ନେଲା ମିଗ୍-୨୧

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଭାରତୀୟ ବାୟୁସେନାରୁ ଅନ୍ତିମ ବିଦାୟ ନେଲା ମିଗ୍-୨୧

Key Points

  • କାର୍ଗିଲ ଯୁଦ୍ଧର ବାହାଦୁର
  • ବାଲାକୋଟ୍‌ ଏୟାର ଷ୍ଟ୍ରାଇକର ମୁଖ୍ୟ ନାୟକ
  • ୬ ଦଶନ୍ଧି ଧରି ଥିଲା ଭାରତର ସୁରକ୍ଷା କବଚ
     

ଅର୍ଗସ ବ୍ୟୁରୋ : ମିଗ୍‌-୨୧, ନାଁ ଶୁଶିଲେ ଶତ୍ରୁ ଛାତିରେ ସୃଷ୍ଟି ହୁଏ କମ୍ପନ । ଆକାଶର ଛାତି ଚିରି ୧୮୦୦ କିଲୋମିଟର ବେଗରେ ଗତି କରିପାରେ । କମ୍ ଉଚ୍ଚତାରେ ଉଡ଼ି ଶତ୍ରୁ ଶିବିରକୁ କରିପାରେ ଛାରଖାର । ପାହାଡ଼ରେ ଲୁଚିଥିବା ଆତଙ୍କୀଙ୍କ ପାଇଁ ଥିଲା କାଳ । ଅନେକ ଅନ୍ତର୍ଜାତୀୟ ଯୁଦ୍ଧାଭ୍ୟାସରେ ଦେଖାଇଛି ପରାକ୍ରମ । ଭାରତୀୟ ବାୟୁସେନାର ଗୌରବମୟ ଇତିହାସର ମୁକସାକ୍ଷୀ ମିଗ୍‌ ୨୧କୁ ଦିଆଯାଇଛି ଅନ୍ତିମ ବିଦାୟ । ଏବେ ଏହା ଆଉ କେବେ ବି ଭାରତୀୟ ଆକାଶରେ ଦେଖିବାକୁ ମିଳିବନି । ଭାରତ-ପାକିସ୍ତାନ ସୀମାରେ ଶେଷ ଥର ପାଇଁ ଉଡ଼ି ସେବା ନିବୃତ ହୋଇଛି ମିଗ୍-୨୧ । ୩ଟି ସ୍କ୍ବାଡନରୁ ଗୋଟିଏକୁ ଅବସର ଦିଆଯାଇଥିବା ବେଳେ ୨୦୨୫ ସୁଦ୍ଧା ଅନ୍ୟ ଦୁଇଟି ସ୍କ୍ବାଡନକୁ ସେବା ନିବୃତ କରାଯିବ । ୧୯୬୬ ମସିହାରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା ମିଗ୍‌ ୨୧ । ୧୯୭୧ ଯୁଦ୍ଧଠାରୁ ଆରମ୍ଭ କରି କାର୍ଗିଲ ଯୁଦ୍ଧ ଏବଂ ବାଲାକୋଟ୍‌ ଏୟାର ଷ୍ଟ୍ରାଇକରେ ନିଜର ପରାକ୍ରମ ଦେଖାଇଥିଲା ଏହି ଲଢ଼ୁଆ ବିମାନ । ୧୯୭୧ ଯୁଦ୍ଧରେ ଭାରତ ବିଜୟରେ ଥିଲା ମୁଖ୍ୟ ଭୂମିକା । କାର୍ଗିଲ ଯୁଦ୍ଧ ସମୟରେ ପାହାଡ଼ରେ ଲୁଚିଥିବା ଆତଙ୍କବାଦୀଙ୍କୁ କରିଥିଲା ନିପାତ ।

ଅଧିକ ପଢନ୍ତୁ : ଭୟଙ୍କର ବିସ୍ଫୋରଣ, ମହିଳା ମୃତ

ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ସମୟରେ ଅତ୍ୟାଧୁନିକ ଲଢୁଆ ବିମାନ F-16କୁ ମାରି ଖସାଇଥିଲା । ତେବେ ପୁରୁଣା ହେବା ସହ ଅନେକ ମିଗ୍-୨୧ ଦୁର୍ଘଟଣାର ଶିକାର ହୋଇଥିଲା । ପରେ ଏହାର ସୁରକ୍ଷା ଉପରେ ଉଠିଥିଲା ଅନେକ ପ୍ରଶ୍ନ । ପ୍ରାୟ ୩୦ ବର୍ଷ ସେବା ପ୍ରଦାନ କରିବା ପରେ ଏବେ ଏହାକୁ ବିଦାୟ ଦିଆଯାଇଛି । ମିଗ୍‌ ୨୧ ସ୍ଥାନ ନେବ ସ୍ବେଦେଶୀ ଜ୍ଞାନକୌଶଳରେ ନିର୍ମିତ ସବୁଠୁ ହାଲୁକା ବିମାନ ତେଜସ୍‌ । ତେଜସ ବଳରେ ବଳିୟାନ ହେବ ଭାରତୀୟ ବାୟୁସେନା । ବାୟୁସେନା ପାଇଁ ୧୦୦ଟି ତେଜସ ମାର୍କ-1A ନିର୍ମାଣ କରିବାକୁ ବେଙ୍ଗାଲୁରୁ ସ୍ଥିତ ହାଲ୍‌କୁ ଅର୍ଡର ଦେଇଛି ଭାରତୀୟ ବାୟୁସେନା । କିଛି ବର୍ଷ ମଧ୍ୟରେ ୩୦୦ରୁ ଅଧିକ ତେଜସ ଲଢୁଆ ବିମାନକୁ ବାୟୁସେନାରେ ସାମିଲ୍ କରାଯିବ। ଏହି ବିମାନ ଉଡୁଥିବା ଅବସ୍ଥାରେ ଇନ୍ଧନ ଭରିବାକୁ ସକ୍ଷମ । ନିକଟରେ ତେଜସ ବିମାନରୁ ‘ଅସ୍ତ୍ର’ ମିସାଇଲର ପରୀକ୍ଷଣ ମଧ୍ୟ ହୋଇଛି । ଏହାଦ୍ବାରା ଆହୁରି ଘାତକ ହୋଇଛି ଏହି ହାଲୁକା ବିମାନ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The MiG-21 took its final leave of the Indian Air Force | Argus English