Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି ମୁସଲିମ ବାପପୁଅ

National

ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି ମୁସଲିମ ବାପପୁଅ

Ritu Das
Browse all articles by Ritu Das
·2 years ago·2 min read
ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି ମୁସଲିମ ବାପପୁଅ

ଅର୍ଗସ ବ୍ୟୁରୋ: ଧର୍ମନିରପେକ୍ଷତା ପାଇଁ ଭାରତ ସମଗ୍ର ବିଶ୍ବରେ ପରିଚିତ। ଏପରିକି ଭକ୍ତ ସାଲବେଗ ଜଣେ ମୁସଲମାନ ହୋଇଥିଲେ ମଧ୍ୟ ଜଗନ୍ନାଥ ସଂସ୍କୃତିରେ ତାଙ୍କୁ ଜଣେ ଶ୍ରେଷ୍ଠ ଭକ୍ତର ଆଖ୍ୟା ଦିଆଯାଇଛି। ରାମମୟ ଭାରତ । ଖାଲି ଅଯୋଧ୍ୟା ନୁହେଁ, ଦେଶରେ ପ୍ରଭୁ ଶ୍ରୀରାମଙ୍କ ଆଗମନକୁ ଅପେକ୍ଷା ସମସ୍ତେ କରିଛନ୍ତି। ପ୍ରଭୁ ଶ୍ରୀରାମ ଆସିବେ। ସେଥିପାଇଁ ରାମଙ୍କ ଆଗମନକୁ ନେଇ ସବୁଆଡେ ଚାଲିଛି ପ୍ରସ୍ତୁତି । ତ୍ରେତୟା ଯୁଗ ପରି ସଜେଇ ହେଉଛି ଅଯୋଧ୍ୟା ନଗରୀ। ଅଯୋଧ୍ୟା ରାମମନ୍ଦିର କେବଳ ହିନ୍ଦୁମାନେ ନିର୍ମାଣ କରୁଛନ୍ତି ତାହା ନୁହେଁ ଏହି ମନ୍ଦିର ନିର୍ମାଣ କରିବାରେ ୨ ମୁସଲିମ ବାପାପୁଅଙ୍କର ବଡ଼ ହାତ ରହିଛି। ଯାହା ସମସ୍ତେ ଜାଣି ନ ଥିବେ। ଚାଲନ୍ତୁ ଆମେ ଆପଣଙ୍କୁ ଏହି ବିଷୟରେ ଜଣାଇବୁ।

ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ୨ଜଣ ମୁସଲମାନ କାରିଗର ଅଯୋଧ୍ୟା ରାମମନ୍ଦିର ପାଇଁ ଭଗବାନ ରାମଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି। ମହମ୍ମଦ ଜମାଲୁଦ୍ଦିନ ଓ ତାଙ୍କ ପୁଅ ବିଟୁ ଦୀର୍ଘଦିନ ଧରି ଏହି ମୂର୍ତ୍ତି ନିର୍ମାଣରେ ନିୟୋଜିତ ଥିଲେ। ସେମାନଙ୍କ କାରିଗରି କାର୍ଯ୍ୟ ସମ୍ପର୍କରେ ଅନଲାଇନରୁ ଜଣାପଡ଼ିବା ପରେ ରାମଙ୍କ ମୂର୍ତ୍ତି ନିର୍ମାଣ ଲାଗି ଅଯୋଧ୍ୟାରୁ ଅର୍ଡର ମିଳିଥିଲା। ଗୋଟିଏ ମୂର୍ତ୍ତି ପାଇଁ ତାଙ୍କୁ ୨.୮୦ ଲକ୍ଷ ଟଙ୍କା ମିଳିଥିବାବେଳେ ଆଉ ଏକ ମୂର୍ତ୍ତି ପାଇଁ ୨.୫ ଲକ୍ଷ ଟଙ୍କା ମିଳିଛି। ମୂର୍ତ୍ତି ଗୁଡ଼ିକ ପ୍ରାୟତଃ ୧୭ଫୁଟ ଉଚ୍ଚର ହେବ। ଯାହାକୁ ମନ୍ଦିର ପରିସରରେ ସ୍ଥାପିତ କରାଯିବ।

ଦେଶରେ ବିଭିନ୍ନ ଧର୍ମର ଲୋକ ଅଛନ୍ତି। ଭଗବାନ ରାମଙ୍କ ମୂର୍ତ୍ତି ନିର୍ମାଣ କରୁଥିବାରୁ ସେ ବହୁତ ଖୁସି ଅନୁଭବ କରିଛନ୍ତି। ଆଉ ସେ କହିଛନ୍ତି ଆମ ଧର୍ମ ସିନା ଅଲଗା। କିନ୍ତୁ ଆମକୁ ଏହି ସୁଯୋଗ ମିଳିଥିବାରୁ ଭଗବାନଙ୍କ ପାଖେ ମୁଁ ଚିର ଋଣୀ। ଜଣେ କାରିଗର ଭାବେ ଏହି ମୂର୍ତ୍ତି ହେଉଛି ମୋର ଭ୍ରାତୃତ୍ବର ବାର୍ତ୍ତା ବୋଲି ଜମାଲୁଦ୍ଦିନ କହିଛନ୍ତି। ଏହାପୂର୍ବରୁ ସେ ମା' ଦୁର୍ଗା ଓ ଜଗଦ୍ଧାତ୍ରୀଙ୍କ ମୂର୍ତ୍ତି ନିର୍ମାଣ କରି ଲୋକପ୍ରିୟତା ହାସଲ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 

Sponsored
The idol of Lord | Argus English